www.samajalive.in
Saturday, December 13, 2025
27.1 C
Bhubaneswar

ବୀରମିତ୍ରପୁରରେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁସନ୍ଧାନ; ସବୁ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ସୁନ୍ଦରଗଡ଼ /ରାଉରକେଲା : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ରାଜ୍ୟ ଭାଜପା ଏହି ଘଟଣାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ଗ୍ରହଣ କରି ଘଟଣା ସହିତ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହ ପୀଡ଼ିତାଙ୍କୁ ସାମାଜିକ ସୁରକ୍ଷା, କ୍ଷତିପୂରଣ ଓ ଆନୁସାଙ୍ଗିକ ସୁଯୋଗ ପ୍ରଦାନ କରିବା ପାଇଁ ଦାବି କରିଛି।

ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଫ୍ୟାକ୍ଟ ଫାଇ୍‍ଣ୍ଡିଂ ଟିମ  ଭୁବନେଶ୍ୱରରୁ ଆସି ବୀରମିତ୍ରପୁର ଥାନାରେ ପହଞ୍ଚିଥିଲେ। ଏଠାରେ ଅଭିଯୋଗ ହୋଇଥିବା ଉପରମହଲାକୁ ଦେଖିବାକୁ ଚାହିଁ ଥିଲେ ହିଁ ପୁଲିସ ସିଧାସଳଖ ଏହି ଟିମକୁ ମନା କରିଥିଲା। ପରେ ଏହି ଟିମ ଏସ.ପି ସୌମ୍ୟା ମିଶ୍ରଙ୍କୁ ଯୋଗାଯୋଗ କରି ଏହି ମହଲାକୁ ଦେଖିବା ପାଇଁ ଅନୁରୋଧ କରିଥିଲେ ହିଁ ସେ ମଧ୍ୟ ଏହାକୁ ଅନୁମତି ଦେଇନଥିଲେ। ପରେ ଟିମର ସଦସ୍ୟମାନେ ବୀରମିତ୍ରପୁରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଏ ସଂପର୍କରେ ଆଲୋଚନା କରି ଫେରିଆସି ପଶ୍ଚିମାଞ୍ଚଳ ଡି.ଆଇ.ଜି କବିତା ଜଲାନଙ୍କୁ ସାକ୍ଷାତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ। ଡି.ଆଇ.ଜି ଜଲାନ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓ ଏତଲା ଅନୁଯାୟୀ ମାମଲା ରୁଜୁ ହୋଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ସୂଚନା ଦେଇଥିଲେ। ଟିମର ସଦସ୍ୟ ପାନପୋଷ ସର୍କିଟ ହାଉସଠାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏକାଧିକ ଗଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ ହିଁ ଅଧିକାରୀ ଜଣକ ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରି ନ ଥିବା ଅଭିଯୋଗ ହୋଇଛି । ପରେ ସେକ୍ଟର-୩ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦିକା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଅଭିଯୋଗ କରି କେବଳ ବୀରମିତ୍ରପୁର ନୁହେଁ ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାର ଘଟଣା ସଂପର୍କରେ ସୂଚନା ଦେଇଥିଲେ। ପୁଲିସ ରକ୍ଷକ ହୋଇ ଭକ୍ଷକ ସାଜିଛି ତେଣୁ ସାଧାରଣ ଜନତାଙ୍କ ରାଜ୍ୟ ସରକାର ଓ ପୁଲିସ ଉପରୁ ବିଶ୍ୱାସ ହଟିଯାଉଛି ବୋଲି ଅଭିଯୋଗ କରିଥିଲେ। ଏ ପ୍ରସଙ୍ଗରେ ବିଜେପି ପ୍ରତିନିଧି ମଣ୍ଡଳୀ ପୁଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ଦାବି କରିବା ସଂପର୍କରେ ମଧ୍ୟ କହିବା ସହ ପ୍ରଥମ ପର୍ଯ୍ୟାୟରେ ଅଧିକାରୀଙ୍କୁ ନିଲମ୍ବନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଏହାର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ମଧ୍ୟ ଦଳର ବିଶ୍ୱାସ ନାହିଁ। ବିଗତ ଦିନରେ କୁନ୍ଦୁଲି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ କଣ କରିଥିଲା ଓ ତାହାର ଫଳାଫଳ କଣ ହେଲା ତାହା ସମସ୍ତ ରାଜ୍ୟବାସୀ ଭଲ ଭାବେ ଜାଣନ୍ତି ବୋଲି ସାଧାରଣ ସଂପାଦିକା ଲେଖାଶ୍ରୀ ତାଚ୍ଛଲ୍ୟ କରି କହିଥିଲେ। ପୁଲିସ ପ୍ରଶାସନ ଏ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠା ନେବା ପାଇଁ ଯେଉଁ ସବୁ ପଦକ୍ଷେପ ଦରକାର ଏଥିରେ କୋହଳ ହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାଇ ଦେଇଥିଲେ। ବିଧାୟକ ଶଙ୍କର ଓରାମ, ବିଧାୟିକା କୁସୁମ ଟେଟେ ପ୍ରମୁଖ ଏ ଘଟଣା ଉପରେ ଉଦ୍‍ବେଗ ପ୍ରକାଶ କରି ନିଜ ନିଜ ସ୍ତରରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଥିଲେ ବୋଲି ସୂଚନା ଦେଇଥିବା ବେଳେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ମଧ୍ୟ ଅନ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ଉପରେ ଗୁରୁତ୍ୱାରୋପ କରି ଘଟଣାର ସତ୍ୟାସତ୍ୟ ଉପରେ ପୁଲିସ ପ୍ରଶାସନ ଜୋର ଦେବା ଉଚିତ ବୋଲି କହିବା ସହ ଇନ୍ସପେକ୍ଟରଙ୍କୁ ବହିସ୍କାର ଓ ଗିରଫଦାରୀ ଯଥେଷ୍ଟ ନୁହେଁ, ପୀଡ଼ିତାଙ୍କ ବୟାନ ଅନୁସାରେ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ ଉପସଭାନେତ୍ରୀ ତଥା ଜିଲା ପ୍ରଭାରୀ ସୁକେଶୀ ଓରାମ, ଜିଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତ୍ରୀ ତଥା ପୂର୍ବତନ କାଉନସିଲର ପ୍ରମିଲା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷ ସମ୍ବାଦ ଲେଖାହେଲା ବେଳକୁ ବହିସ୍କୃତ ଇନ୍ସପେକ୍ଟରଙ୍କୁ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଦଳ ଗିରଫ କରି ସୁନ୍ଦରଗଡ଼ ଅଦାଲତରେ ହାଜର କରିବା ପାଇଁ ଆଣୁଥିବାର ଜଣାପଡ଼ିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories