www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଶାରେ ’ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଓଡ଼ିଶାରେ ଗଡ଼ିଛି ଦେଶର ସବୁଠୁ ଲମ୍ବା ମାଲଗାଡ଼ି। ଏହାର ନାଁ ହେଉଛି ‘ସୁପର ଆନାକୋଣ୍ଡା’। ଏହି ମାଲଗାଡ଼ିର ଦୈର୍ଘ୍ୟ ୨ କିଲୋମିଟର ଏବଂ ଏଥିରେ ୧୭୭ ୱାଗନ ଖଞ୍ଜାଯାଇଛି। ଓଡ଼ିଶାର ବ୍ରଜରାଜନଗର ନିକଟ ଲାଜକୁରାରୁ ରାଉରକେଲା ଷ୍ଟେସନ ମଧ୍ୟରେ ଏହି ମାଲଗାଡ଼ିକୁ ଟ୍ରାକରେ ଗଡ଼ାଇ ଭାରତୀୟ ରେଲୱେ ନୂଆ ରେକର୍ଡ ସ୍ଥାପନ କରିଛି। କମ୍‌ ସମୟରେ ଅଧିକ ମାଲ ପରିବହନ କ୍ଷେତ୍ରରେ ଏହା ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି। ଦେଶରେ ପ୍ରଥମ ଥର ଲାଗି ଏହ ରେଳଗାଡ଼ି ଓଡ଼ିଶାରେ ଗଡ଼ିଛି ।

- Advertisement -

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଭିଡିଓ ଶେୟାର କରି ଏହାକୁ ‘ସୁପର ଆନାକୋଣ୍ଡା’ ବୋଲି ନାମ ଦେଇଛନ୍ତି। ୨ କିଲୋମିଟର ଲମ୍ବ ବିଶିଷ୍ଟ ଟ୍ରେନ ଟ୍ରାକରେ ଚାଲିବା ଦେଶରେ ପ୍ରଥମ ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହା ଭାରତୀୟ ରେଳ ପାଇଁ ବହୁତ ବଡ଼ ଉପଲବ୍ଧି ବୋଲି ସେ ଟ୍ବିଟ୍‌ କରିଛନ୍ତି। ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥ ୩ଟି ମାଲଗାଡ଼ିକୁ ଯୋଡ଼ି ଏହି ୨ କିଲୋମିଟର ଲମ୍ବ ବିଶିଷ୍ଟ ମାଲଗାଡ଼ିକୁ ଟ୍ରାକରେ ଚଲାଇଛି। ଏହି ଟ୍ରେନରେ ମୋଟ ୧୫ ହଜାର ଟନ୍‌ ଓଜନର ମାଲ୍‌ ଲୋଡ୍‌ ହୋଇଥିଲା। ଘଣ୍ଟା ପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ମାଲଗାଡ଼ିଟି ଚାଲିଥିଲା। ବ୍ରଜରାଜନଗର ନିକଟ ଲାଜକୁରାରୁ ଟ୍ରେନ ବାହାରି ୨ ଘଣ୍ଟା ୧୫ ମିନିଟରେ ରେକର୍ଡ ସମୟ ମଧ୍ୟରେ ରାଉରକେଲାରେ ପହଞ୍ଚିଥିଲା। ଏକା ସାଙ୍ଗରେ ୩ଟି ମାଲଗାଡ଼ିକୁ ଚଳାଇବା ଏକ ରୋମାଞ୍ଚପୂର୍ଣ୍ଣ ଅନୁଭବ ଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ମାଲଗାଡ଼ି ପାଇଁ ୬୦୦୦ ହର୍ସପାୱାର ବିଶିଷ୍ଟ ୩ଟି ଇଲେକ୍ଟ୍ରିକ୍‌ ଇଞ୍ଜିନ ଲଗାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories