www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରେନ୍‌ ଟିକେଟ ସହ ମନପସନ୍ଦର ଖାଦ୍ୟ ବୁକ୍‌ କରିପାରିବେ ଯାତ୍ରୀ; ଆଜି ଉଦ୍‌ଘାଟନ ହେବ ନୂଆ ୱେବସାଇଟ୍‌, ୧ ମିନିଟରେ ୧୦ ହଜାର ବୁକିଂ ସୁବିଧା

ଟ୍ରେନ ଯାତ୍ରା ପାଇଁ ଅନ୍‌ଲାଇନ ଟିକେଟ ବୁକିଂରେ ଏଣିକି ସମସ୍ୟା ହେବ ନାହିଁ। ଏଥିପାଇଁ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ପକ୍ଷରୁ ନୂଆ ୱେବ୍‌ସାଇଟ୍‌ ପ୍ରସ୍ତୁତ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ଏହାର ଉଦ୍‌ଘାଟନ କରିବେ। ଫଳରେ ଏହି ନୂତନ ୱେବସାଇଟ୍‌ରେ ଗୋଟିଏ ମିନିଟ୍‌ରେ ୧୦ ହଜାର ଟିକେଟ ବୁକିଂ ହୋଇପାରିବ। ପୁରୁଣା ୱେବସାଇଟ୍‌ରେ ବର୍ତ୍ତମାନ ଏକ ମିନିଟରେ ୭୫୦୦ ଟିକେଟ ବୁକିଂ ହେଉଛି।

ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଇଆରସିଟିସିର ୱେବସାଇଟ୍‌ ଏବଂ ଆପ୍‌କୁ ଅପ୍‌ଗ୍ରେଡ୍‌ କରାଯାଇଛି। ଫଳରେ ଯାତ୍ରୀମାନେ ପୂର୍ବ ତୁଳନାରେ ଅଧିକ ସ୍ପିଡ୍‌ରେ ଟିକେଟ ବୁକିଂ କରିପାରିବେ। ଏହି ୱେବ୍‌ସାଇଟ୍‌ରେ ଯାତ୍ରୀମାନଙ୍କ ଖାଦ୍ୟପେୟ ସମେତ ଅନ୍ୟ ସୁବିଧାଗୁଡ଼ିକୁ ଯୋଡ଼ାଯାଇଛି।

- Advertisement -

ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଏକ ବିବୃତିରେ କହିଛନ୍ତି, ଆଇଆରସିଟିସି ୱେବସାଇଟ୍‌ ଅପଗ୍ରେଡେଶେନ କରାଯିବା ଫଳରେ ଟିକେଟ ବୁକିଂ ସ୍ପିଡ୍‌ ବୃଦ୍ଧି ହେବ ଏବଂ ଯାତ୍ରୀମାନେ ମନ ପସନ୍ଦର ଖାଦ୍ୟ ବି ବୁକ୍‌ କରିପାରିବେ। ଉଲ୍ଲେଖଯୋଗ୍ୟ, ଆଇଆରସିଟିସି ୱେବସାଇଟ୍‌ ଉପରେ ଅଧିକ ଚାପ ପଡ଼ିବା ଫଳରେ ବାରମ୍ବାର ହ୍ୟାଙ୍ଗ୍‌ ହେଉଥିଲା। ତତ୍କାଳ ଏବଂ ବୁକିଂ ଆରମ୍ଭ ହେବା କ୍ଷଣି ୱେବସାଇଟ୍‌ ଧିମା ହୋଇଯାଉଥିଲା। ଫଳରେ ଟିକେଟ ବୁକିଂ ସୁରୁଖୁରୁରେ ହୋଇପାରୁ ନ ଥିଲା। ଏହି ସମସ୍ୟାର ସମାଧାନ ସ୍ବରୂପ ପୁରୁଣା ୱେବସାଇଟ୍‌କୁ ଅପଗ୍ରେଡ କରାଯାଇ ନୂଆ ୱେବସାଇଟ୍‌ ପ୍ରସ୍ତୁତ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories