www.samajalive.in
Saturday, December 6, 2025
16.1 C
Bhubaneswar

ବଢ଼ିବ ଟ୍ରେନ ବେଗ ; କଟକ ଓ ଭୁବନେଶ୍ୱର ଷ୍ଟେସନରେ ନିର୍ମାଣ ହେଲା ବାଲାଷ୍ଟ ଟ୍ରାକ

ଭୁବନେଶ୍ବର : ଏଣିକି ​ ଷ୍ଟେସନରେ ମଧ୍ୟ ଟ୍ରେନର ବେଗ ବଢ଼ିବ । ଏଥିପାଇଁ କଟକ ଓ ଭୁବନେଶ୍ୱର ଷ୍ଟେସନଠାରେ ୱାସେଵେଲ ଆପ୍ରନ ବଦଳାଯାଇ ଵାଲାଷ୍ଟ ଟ୍ରାକ ନିର୍ମାଣ ​ହୋଇଛି । ବର୍ତ୍ତମାନ ଟ୍ରେନ ବେଗକୁ ନିୟନ୍ତ୍ରିତ କରାଯାଇ ଏହାକୁ ଘଣ୍ଟା ପ୍ରତି ୧୫ କି.ମି ସ୍ପିଡ୍‌ରେ ଚଳାଯାଉଛି । ଵାଲାଷ୍ଟ ଟ୍ରାକ ନିର୍ମାଣ ପ​ରେ ଟ୍ରେନର ବେଗ ​‌େ​‌ଷ୍ଟସନରେ ୧୧୦ କି.ମି ହେବ । ଏହା ଫଳରେ ଟ୍ରେନ ଟ୍ରାଫିକକୁ ବୃଦ୍ଧି କରାଯାଇପାରିବ ଏବଂ ବେଗ ବୃଦ୍ଧି ନେଇ ରେଳ ମନ୍ତ୍ରାଳୟର ଲକ୍ଷ୍ୟ ସାଧିତ ହୋଇପାରିବ । ଟ୍ରେନ ସେବାକୁ ପ୍ରଭାବିତ ନ କରି ଲକ ଡାଉନ ସମୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବକ ପୂର୍ବତଟ ରେଳପଥ ପକ୍ଷରୁ ଏହା କରାଯାଇଛି । ଏହି ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନଠାରେ ଡାଉନ ମେନ ଲାଇନ ଏବଂ କଟକ ରେଳ ଷ୍ଟେସନଠାରେ ଅପ୍‌ ମେନ ଲାଇନରେ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ବ୍ୟବହାର କରାଯାଇ ଟ୍ରେନ ଚଳାଚଳରେ ୧୫ କି.ମି. ପ୍ରତି ଘଣ୍ଟା ନିୟନ୍ତ୍ରିତ ବେଗକୁ ପରିବର୍ତ୍ତନ କରାଯାଇ ଵାଲାଷ୍ଟ ଟ୍ରାକ ସ୍ଥାପନ କରାଯାଇଛି। ଯାହାଦ୍ୱାରା ଏହି ଲାଇନଗୁଡିକରେ ଟ୍ରେନଗୁଡିକର ବେଗ ବୃଦ୍ଧି କରାଯାଇପାରିବ ା ପୂର୍ବରୁ ଖରାପ ହୋଇଯାଇଥିବା ୱାସେଵେଲ ଆପ୍ରନ ଯୋଗୁଁ ଟ୍ରେନଗୁଡିକର ବେଗକୁ ନିୟନ୍ତ୍ରିତ କରାଯାଉଥିଲା ଏବଂ ଏହାକୁ ବଦଳାଯାଇ ଵାଲାଷ୍ଟ ଟ୍ରାକ ନିର୍ମାଣ ଯୋଜନା ଥିଲା । ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ବହୁ ସଂଖ୍ୟକ ଟ୍ରେନ ଯାତାୟାତ ଯୋଗୁଁ ଏହା ସମ୍ଭବପର ହୋଇପାରୁ ନ ଥିଲା ଏବଂ ଏହି କାର୍ଯ୍ୟକୁ କରିବା ପାଇଁ ନିୟମିତ ଟ୍ରେନ ସେବାକୁ ଅନେକ ଦିନ ପାଇଁ ପ୍ରଭାବିତ କରିବାକୁ ପଡିଥାନ୍ତା ଯାହା କଷ୍ଟସାଧ୍ୟ ହୋଇଥାନ୍ତା ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories