www.samajalive.in
Saturday, December 13, 2025
27.1 C
Bhubaneswar

‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ବର: ସ୍ବେଚ୍ଛାସେବୀ ସଂଗଠନ ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ପକ୍ଷରୁ ଭିଏସ୍‌ଏସ୍‌ ନଗରସ୍ଥିତ ପ୍ରଭୂଜୀ ଇଂଲିଶ୍‌ ମିଡିଅମ୍ ସ୍କୁଲ୍ ପରିସରରେ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିରକୁ ଡଃ ପ୍ରକାଶ ତ୍ରିପାଠୀ ପରିଚାଳନା କରିଥିଲେ।
ଏହି ଅବସରରେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବିପନ୍ନ କରି ବିଭିନ୍ନ ଖବର ପ୍ରସାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ‘କରୋନା ଯୋଦ୍ଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଓଡିଶା-ମୋ ପରିବାର ଅଧକ୍ଷ ଅରୁପ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଉତ୍ତର ସଭାପତି ସୂର୍ଯ୍ୟକାନ୍ତି ଜେନା, ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର କୁମାର ପ୍ରଧାନ, ଶିବ ପ୍ରସାଦ ମିଶ୍ର, ଦିଲିପ୍ ଦାସଶର୍ମା, ୱାର୍ଡ ସଭାପତି ମହେଶ୍ୱର ବିଶ୍ବାଳ, ସଦାଶିବ ଜେନା, ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ ସ୍ୱାଇଁ ,ଦୀପକ ନାୟକ, ଲୋକେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories