www.samajalive.in
Sunday, December 14, 2025
26.1 C
Bhubaneswar

ମଙ୍ଗଳବାର କରନ୍ତୁ ଏହି ଉପାୟ : ମିଳିବ ସଫଳତା

ବହୁ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ କାର୍ୟ୍ୟରେ ଅସଫଳତା ପରିଲକ୍ଷିତ ହୋଇଥାଏ। ନିୟମିତ ହନୁମାନଙ୍କୁ ପୂଜାର୍ଚ୍ଚନା କଲେ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଜାତକରେ ଥିବା ଦୋଷ ମଧ୍ୟ ଦୂର ହୋଇଥାଏ। ଶ୍ରୀରାମ ଚରିତ ମାନସରେ କୁହାଯାଇଛି ଯେ, ପ୍ରଭୁ ହନୁମାନଙ୍କ ଜନ୍ମ ମଙ୍ଗଳବାର ଦିନ ହୋଇଥିଲା। ତେଣୁ ଏହି ଦିନରେ ହନୁମାନଙ୍କୁ ବିଶେଷ ଭାବେ ପୂଜା କରାଯାଇଥାଏ। ୧୧ଟି ମଙ୍ଗଳବାରରେ ଏହି ଉପାୟ କରିବା ଦ୍ୱାରା ଅସଫଳତାରୁ ମିଳିଥାଏ ମୁକ୍ତି, ଜାଣନ୍ତୁ ତାହା କ’ଣ……….
ମଙ୍ଗଳବାରରେ ସକାଳେ ଶୀଘ୍ର ଉଠି ନିତ୍ୟ କର୍ମ ସାରି ମନ୍ଦିର ଯାଇ ସେଠାରେ ହନୁମାନଙ୍କୁ ସିନ୍ଦୂର ଓ ତେଲ ଅର୍ପଣ କରନ୍ତୁ। ଏହା ପରେ ‘ଓଁ ରାମଦୂତାୟ ନମଃ’ ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ଏହା ଦ୍ୱାରା ବହୁ ସଫଳତା ମିଳିଥାଏ।
ମଙ୍ଗଳବାରରେ ୧୧ଟି ବୁନ୍ଦି ଲଡ଼ୁକୁ ହନୁମାନଙ୍କ ପାଖରେ ଭୋଗ ଲଗାଇଲେ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
ପ୍ରତି ମଙ୍ଗଳବାର ସନ୍ଧ୍ୟାରେ ତେଲର ଦୀପ ହନୁମାନଙ୍କ ନିକଟରେ ଲଗାଇଲେ ଧନର ବୃଦ୍ଧି ହୋଇଥାଏ।
ନିୟମିତ ହନୁମାନ ଚାଲିସା ପଢିବା ଦ୍ୱାରା ସମସ୍ତ କାର୍ୟ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ନିୟମିତ ଅଳ୍ପ ଅଳ୍ପ ରାମାୟଣ ପାଠ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories