www.samajalive.in
Saturday, December 6, 2025
15.1 C
Bhubaneswar

ୱାଘମାରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଜାମ୍ମୁ: ଜାମ୍ମୁ-କାଶ୍ମୀର ଅନନ୍ତନାଗ ଜିଲା ଅନ୍ତର୍ଗତ ୱାଘମା ଅଞ୍ଚଳରେ ମଙ୍ଗଳବାର ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ପରେ ସମ୍ପୃକ୍ତ ଅଞ୍ଚଳକୁ ଯବାନମାନେ ସମ୍ପୂର୍ଣ୍ଣ ଭାବେ ଘେରିଯାଇ ସର୍ଚ୍ଚ ଅପରେଶନ ଚଳାଇଛନ୍ତି।

ନିହତ ଆତଙ୍କବାଦୀ ଦ୍ବୟ ତିନି ଦିନ ତଳେ ବିଜବେହରାରେ ଏକ ୫ ବର୍ଷୀୟ ଶିଶୁ ଏବଂ ଜଣେ ସିଆରପିଏଫ ଯବାନଙ୍କୁ ହତ୍ୟା କରିଥିଲେ ବୋଲି ଡିଜିପି ଦିଲବାଗ ସିଂହ କହିଛନ୍ତି। ଏହି ଘଟଣା ପରେ ଆତଙ୍କବାଦୀମାନେ ୱାଘମା ଅଞ୍ଚଳକୁ ଲୁଚି ପଳାଇ ଆସିଥିଲେ। ବିଶେଷ ସୂତ୍ରରୁ ଖବର ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ଏହି ସମୟରେ ଯବାନଙ୍କ ସହିତ ଗୁଳିବିନିମୟ ଘଟିଥିଲା।

- Advertisement -

ସୂଚନାଯୋଗ୍ୟ, ଚଳିତ ଜୁନ ମାସରେ ଏବେ ସୁଦ୍ଧା ୪୮ ଆତଙ୍କବାଦୀଙ୍କୁ ଯବାନମାନେ ନିପାତ କରିଛନ୍ତି। ତେବେ ବର୍ଷର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଅପରେଶନାଲ କମାଣ୍ଡରଙ୍କ ସମେତ ୧୧୮ ଆତଙ୍କୀଙ୍କୁ ସେନା ନିପାତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories