www.samajalive.in
Saturday, December 6, 2025
19.1 C
Bhubaneswar

ରାଜଧାନୀକୁ ପଶି ଆସିଲା ହାତୀ, ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

ଭୁବନେଶ୍ବର: ରାଜଧାନୀକୁ ପଶିଆସିଲା ଦନ୍ତା ହାତୀ। ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ନିରାଟ ସତକଥା। ଗୋଟିଏ ପଟେ କରୋନା ଭୟ ଏବଂ ଅନ୍ୟ ପଟେ ହାତୀ ଆତଙ୍କ। ସତେ ଯେମିତି ରାଜଧାନୀବାସୀ ଆତଙ୍କ ଓ ଭୟରେ ପେସି ହୋଇଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜଧାନୀ ଉପକଣ୍ଠରେ ରହିଥିବା ସଂରକ୍ଷିତ ଭରତପୁର ଜଙ୍ଗଲରେ ଆଜି ଦୁଇଟି ହାତୀ ଦେଖିବାକୁ ମିଳିଥିଲା। ଭୁବନେଶ୍ବରେ ଇନ୍‌ଫୋସିଟି ପଛ ପାଖ ଜଙ୍ଗଲରେ ଏହି ଦୁଇଟି ହାତୀ ବୁଲାବୁଲି କରିଥିଲେ। ଗୋଠ ଛଡ଼ା ହୋଇଯାଇଥିବାରୁ ଏହି ଦୁଇଟି ହାତୀ ଜନବସତି ଆସିଥିବା ସୂଚନା ମିଳିଛି। ହାତୀ ଦେଖିବା ପାଇଁ ଲୋକମାନେ ଛାତ ଉପରେ ଠିଆ ହୋଇଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତ କରାଯିବା ସହିତ ହାତୀ ଦୁଇଟିର ଗତିବିଧି ଉପରେ ନଜର ରଖିଛି ବନବିଭାଗ। ଲୋକଙ୍କ ସୁରକ୍ଷା ପ୍ରଦାନ ସହିତ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଛି। ବନ ବିଭାଗର ତିନୋଟି ଟିମ୍‌ ବିଭିନ୍ନ ଦିଗରେ ରହିଛନ୍ତି। ବନ ବିଭାଗ କର୍ମଚାରୀ କହିଛନ୍ତି ଯେ ରାଜଧାନୀକୁ ଆଜି ସକାଳୁ ଆସିଥିଲେ ୨ଟି ହାତୀ ଆସିଥିଲେ। ଗୋଟିଏ ହାତୀ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରକୁ ପଶିଯାଇଛି। ଅନ୍ୟହାତୀଟି ସକାଳ ହୋଇଯିବାରୁ ଯାଇପାରି ନାହିଁ। ସ୍ଥାନୀୟ ଜନସାଧାରଣ ଏବଂ ହାତୀକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ଜଙ୍ଗଲ ବିଭାଗର ତିନୋଟି ଟିମ୍‌ ପ୍ରସ୍ତୁତ ହୋଇ ରହିଛି। କମିଶନରେଟ୍‌ ପୁଲିସର ପିସିଆର୍‌ ଭ୍ୟାନ୍‌ ମଧ୍ୟ ପ୍ରସ୍ତୁତ ରହିଛି। ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ମଧ୍ୟ ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି। ଗ୍ରାମବାସୀଙ୍କ ସହଯୋଗରେ ହିଁ ହାତୀକୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଫେରାଇ ନିଆଯାଇପାରିବ ବୋଲି ଆଶା କରାଯାଉଛି। ଛାତ ଉପରେ ଥିବା ଲୋକଙ୍କୁ ଭଲ ଭାବେ ବୁଝାଉଛୁ ଓ ସଚେତନ କରୁଛୁ। ଆପଣମାନେ କୁଆଡ଼େ ଯାଆନ୍ତୁ ନାହିଁ ସେଠାରେ ହାତୀ ଅଛି। ଲୋକମାନେ ବି ଆମକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ହାତୀଦୁଇଟି ଦାରୁଠେଙ୍ଗ ଅଞ୍ଚଳର ପଥରଗାଡ଼ିଆ ଦେଇ ଚନ୍ଦକାର ମୁଖ୍ୟ ଜଙ୍ଗଲପଟୁ ଆସିଥିଲା। ସକାଳ ହୋଇଯିବା ପରେ ଗୋଟିଏ ହାତୀ ଚନ୍ଦକା ଜଙ୍ଗଲକୁ ଫେରିଗଲା। ଅନ୍ୟ ଏକ ହାତୀ ଏଠାରେ ରହିଗଲା। ଏହା ଏକ ଛୋଟ ଦନ୍ତା ହାତୀ, ଯାହାର ବୟସ ୧୦ରୁ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେ ଯାଇପାରୁ ନାହିଁ। ବର୍ତ୍ତମାନ ତାକୁ ସୁରକ୍ଷିତ ଭାବେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଚାରିପଟେ ବାରିକେଡ୍‌ କରାଯାଇଛି ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କ ସଚେତନ ମଧ୍ୟ କରାଯାଇଛି। ଲୋକମାନଙ୍କ ସହିତ ସବୁ ସ୍ଥାନରେ ବନ ବିଭାଗ କର୍ମଚାରୀ ରହିଛନ୍ତି। ବିଶେଷ କରି ପଥରଗାଡ଼ିଆ ଏବଂ ସ୍ଥାନୀୟ ବାସିନ୍ଦା ବହୁତ ସାହାଯ୍ୟ ସହଯୋଗ କରି ଆସୁଛନ୍ତି। ଗୋଟିଏ ପଟେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ଏବଂ ଅନ୍ୟ ପଟେ ରାଜଧାନୀବାସୀଙ୍କୁ ସୁରକ୍ଷା ଦେବା ଆହ୍ବାନ ସୃଷ୍ଟି କରିଛି।

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories