www.samajalive.in
Friday, December 5, 2025
17.1 C
Bhubaneswar

ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ୱର: ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ବାକି ଥିବା ପରୀକ୍ଷା। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଯେହେତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂତନ ଗାଇଡ ଲାଇନ ଆସିଛି ଏବଂ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ଼ କରୋନା ପାଇଁ ଦଶମ, ଏକାଦଶ ପରୀକ୍ଷା କୁ ବାତିଲ କରିଛି। ରାଜ୍ୟ ମଧ୍ୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସରଣ କରିଥିବା ସୂଚନା ମିଳିଛି।
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ବାକି ଥିବା ବିଷୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ ସେନେଇ ଆସନ୍ତାକାଲି ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଅନୁମୋଦନ ଲାଗି ପଠାଯିବ ବୋଲି ଜଣାପଡ଼ିଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ସାହୁ କହିଛନ୍ତି ଯେ ସିଏଚ୍‌ଏସ୍‌ଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା,ବାଣିଜ୍ୟ ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷାର ଅବଶିଷ୍ଟ ପରୀକ୍ଷାଗୁଡ଼ିକ ସରକାରଙ୍କ ପକ୍ଷରୁ ବାତିଲ କରିଦିଆଯାଇଛି। ପରୀକ୍ଷା ବାତିଲ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ନିର୍ଦେଶନାମା ଜାରି କରାଯିବ। ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷାଗୁଡ଼ିକ ପାଇଁ ଛାତ୍ରଛାତ୍ରୀଙ୍କୁ କିଭଳି ମାର୍କ ଦିଆଯିବ ତାହା ସରକାର ସ୍ଥିର କରିବେ। ସରକାରଙ୍କ ନିର୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ପାଇଁ ମାର୍କ ଦିଆଯିବ। ତେବେ ଫଳ ପ୍ରକାଶନରେ ବିଳମ୍ବ ହେବ ନାହିଁ। ଜୁଲାଇ ୨୫ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶନ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories