www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାକୁ ଆସିଲା କରୋନା ଔଷଧ

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ କରୋନା ଔଷଧ ଓଡ଼ିଶାରେ ପହଞ୍ଚିଛି। ରେମଡିସିଭିର ଏବଂ ଫାଭିପିରାଭିର ବା ଫାଭି ଫ୍ଲୁ ନାମକ ୨ଟି ଔଷଧ ରାଜ୍ୟରେ ପହଞ୍ଚିଥିବା ଡ୍ରଗ୍ସ କଂଟ୍ରୋଲର ମାମିନା ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଫାଭି ଫ୍ଲୁ ଔଷଧର ୧୨୦୦ ଷ୍ଟ୍ରିପ ରାଜ୍ୟରେ ପହଞ୍ଚିଛି। ପ୍ରତିଟି ଷ୍ଟ୍ରିପରେ ୩୪ଟି ଲେଖାଏ ଟାବଲେଟ୍‌ ରହୁଛି। ସାମାନ୍ୟରୁ ମଧ୍ୟମ ଧରଣର ଆକ୍ରାନ୍ତମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ। ସେହିପରି ରେମଡିସିଭିର ଔଷଧ କେବଳ ଗୁରୁତର ରୋଗୀମାନଙ୍କୁ ଦିଆଯିବ। ଏହି ଔଷଧ ବିଭିନ୍ନ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଡ୍ରଗ୍ସ କଂଟ୍ରୋଲର ସୂଚନା ଦେଇଛନ୍ତି। ତେବେ ରୋଗୀମାନଙ୍କୁ ଔଷଧ ଦିଆଯିବା ପରେ ଆରୋହଗ୍ୟ ହାର ବୃଦ୍ଧି ପାଇବ।

- Advertisement -

ଏହାବ୍ୟତୀତ କରୋନା ଚିକିତ୍ସାରେ ବ୍ୟବହାର କରାଯାଉଥିବା ଆଉ ଏକ ଔଷଧ ‘ଡେକ୍ସାମେଥାସୁନ’ ରାଜ୍ୟରେ ବିପୁଳ ପରିମାଣରେ ଗଚ୍ଛିତ ଥିବା କୁହାଯାଇଛି। ଏହି ଔଷଧର ୨ ଲକ୍ଷ ବଟିକା ଏବଂ ୨ ଲକ୍ଷ ଇଞ୍ଜେକ୍ସନ ରାଜ୍ୟରେ ଥିବା ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories