www.samajalive.in
Saturday, December 13, 2025
27.1 C
Bhubaneswar

ପାଇଖାନା ନଥିବାରୁ ଗାଁରେ ପଶି ପାରିଲେନି ୪ ପ୍ରବାସୀ

ପାତ୍ରପୁର : ଲକଡାଉନରେ ସୁଦୂର କେରଳରୁ ଫେରି ସଂଗରୋଧ କେନ୍ଦ୍ରରେ ଅବଧି ଶେଷ କରିଥିଲେ ହେଁ ଘରେ ପାଇଖାନା ନଥିବାରୁ ଗ୍ରାମବାସୀଙ୍କ ବିରୋଧ ଯୋଗୁ ଦୁର୍ଗମ ଅଞ୍ଚଳର ଚାରିଜଣ ଯୁବକ ଘରକୁ ଫେରିପାରୁ ନାହାଁନ୍ତି। ପାତ୍ରପୁର ବ୍ଳକର ଦୁର୍ଗମ ଆଙ୍କୁଲି ପଞ୍ଚାୟତର ଏଲଗଲ ଗ୍ରାମର ଚାରିଜଣ ଶିକ୍ଷିତ ଯୁବକ ସଂଗରୋଧ କେନ୍ଦ୍ରରେ ୧୪ଦିନ ରହିବା ପରେ ଗ୍ରାମକୁ ଫେରିଥିଲେ। ଗ୍ରାମର କିଛିଲୋକ କେରୋନା ଭୟ ସାଙ୍ଗକୁ ସେମାନଙ୍କ ଘରେ ପାଇଖାନା ନଥିବା ଦର୍ଶାଇ ଗ୍ରାମ ଭିତରକୁ ପୁରାଇ ଦେଇ ନଥିଲେ। ଯାହାଫଳରେ ଏହି ଯୁବକମାନେ ଗ୍ରାମର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଯୁବକମାନେ ହେଲେ ବାବୁଲା ପାତ୍ର, ରମେଶ ବେହେରା, କୃଷ୍ଣଚନ୍ଦ୍ର କାର୍ଜି, ଅଶୋକ କାର୍ଜି । ପାଞ୍ଚମାସ ତଳେ ଯୁବକମାନେ କାମ କରିବାକୁ କେରଳର କୋଟିୟ।ମ ଜିଲା ଚେଞ୍ଜନାଚେରୀକୁ ଯାଇ ଘର ନିର୍ମାଣ କାମରେ ନିୟୋଜିତ ଥିଲେ। ସେଠାରେ ଗଞ୍ଜାମ ସମେତ ଓଡ଼ିଶାର ବିଭିନ୍ନ ଜିଲାର ପ୍ରାୟ ତିନିଶହରୁ ଅଧିକ ଶ୍ରମିକ କାମ କରୁଥିଲେ। କେରୋନା ପରେ ଲକ ଡାଉନ ଯୋଗୁ କାମ ବନ୍ଦ ହୋଇ ଯାଇଥିଲା। ଲକଡାଉନ କୋହଳ ପରେ ଶ୍ରମିକମାନେ ତିନି ସପ୍ତାହ ପୂର୍ବେ ଗଁା ଅଭିମୁଖେ ବାହାରି ଥିଲେ। ଏହି ଚାରି ଜଣ ଯୁବକ ପାତ୍ରପୁର ବ୍ଲକ ରେ ପହଁଚିବା ପରେ ଖରାଣୀପଡ଼ ସଂଗରୋଧ କେନ୍ଦ୍ରରେ ରହିଥିଲେ। ସେଠାରେ ୧୪ ଦିନ କାଟିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରମାଣପତ୍ର ସହ ଗଁାକୁ ଫେରିଥିଲେ। ଯୁବକମାନେ ତାଡକା ସାହିରେ ପହଞ୍ଚି ସେହିଠାରୁ ଜଙ୍ଗଲ ପଥରେ ନିଜ ଗ୍ରାମ ଏଲଗଲକୁ ଯାଇଥିଲେ। ସଂପୃକ୍ତ ଯୁବକମାନଙ୍କ ଘରେ ପାଇଖାନା ନଥିବାରୁ କରୋନା ସମୟରେ ରହିଲେ ଗାଁରେ କିଛି ଅଘଟଣ ଘଟିବା ଆଶଙ୍କା କରି କିଛିଲୋକ ପ୍ରବେଶ କରିବାକୁ ସେମାନଙ୍କୁ ସୁଯୋଗ ଦେଇଥିଲେ। ଗ୍ରାମ ବାହାରେ ଥିବା ସ୍କୁଲରେ ଏହି ଯୁବକମାନେ ରହିଛନ୍ତି। ସେମାନଙ୍କୁ ଘରୁ ଖାଦ୍ୟ ସାମାଜିକ ଦୂରତା ମଧ୍ୟରେ ଯୋଗାଇ ଦିଆଯାଉଛି। ଘରେ ପୃଥକବାସରେ ୭ଦିନ ରହିବା ନିୟମ ଥିଲେ ହେଁ ଏହି ଯୁବକମାନେ କିଛି ଉପାୟ ନପାଇ ବିଦ୍ୟାଳୟରେ ପଡି ରହିଛନ୍ତି। ସଂଗରୋଧ ଅବଧି ଶେଷ ପରେ ବାକି ୭ଦିନ ଘରେ ପୃଥକବାସରେ ପ୍ରବାସୀ ରହୁଛନ୍ତି କି ନାହିଁ  ତାହା ଉପରେ କୌଣସି ପ୍ରକାର ଯାଞ୍ଚ କରାଯାଉନଥିବାରୁ ଗାଁଗୁଡିକରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories