www.samajalive.in
Friday, December 5, 2025
26.1 C
Bhubaneswar

ବ୍ୟାଙ୍କିଂ ନିୟନ୍ତ୍ରଣ ଅଧ୍ୟାଦେଶ ଜାରି କଲେ ରାଷ୍ଟ୍ରପତି; ଏଣିକି ଆରବିଆଇ ଅଧୀନକୁ ଆସିବ ସହରୀ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକରେ ଜମାକାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ୟାଙ୍କିଂ ନିୟନ୍ତ୍ରଣ(ସଂଶୋଧନ) ଅଧ୍ୟାଦେଶ ୨୦୨୦ ଜାରି କରିଛନ୍ତି। ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ରହିଥିବା ବ୍ୟାଙ୍କିଂ ନିୟନ୍ତ୍ରଣ ଆଇନ ୧୯୪୯କୁ ଏହି ଅଧ୍ୟାଦେଶରେ ସଂଶୋଧନ କରାଯାଇଛି। ଫଳରେ ଏଣିକି ଦେଶର ୧୪୮୨ଟି ସହରୀ ସମବାୟ ବ୍ୟାଙ୍କ ସମେତ ସମସ୍ତ ସରକାରୀ ବ୍ୟାଙ୍କଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ତଦାରଖ କ୍ଷମତା ଅଧୀନକୁ ଅଣାଯିବ। ଜମାକାରୀଙ୍କ ସ୍ୱାର୍ଥ ରକ୍ଷା କରିବା ତଥା ସମବାୟ ବ୍ୟାଙ୍କଗୁଡିକର ସୁଶାସନ ତଦାରଖରେ ଉନ୍ନତି ଆଣିବାକୁ ଏହି ପଦକ୍ଷେପ ନିଆଯାଇଛି।

ଏହା ସହିତ ଅଧ୍ୟାଦେଶରେ ବ୍ୟାଙ୍କିଂ ନିୟନ୍ତ୍ରଣ ଆଇନର ସେକ୍ସନ ୪୫କୁ ମଧ୍ୟ ସଂଶୋଧନ କରାଯାଇଛି। ଏହା ଦ୍ବାରା ଜନସାଧାରଣ, ଜମାକାରୀ ଏବଂ ବ୍ୟାଙ୍କିଂ ବ୍ୟବସ୍ଥାର ସ୍ୱାର୍ଥ ରକ୍ଷା ତଥା ଏହାର ଠିକ୍ ପରିଚାଳନା ସୁରକ୍ଷିତ ରଖିବା ପାଇଁ ଯେକୌଣସି ବ୍ୟାଙ୍କିଂ କମ୍ପାନୀର ପୁନଃନିର୍ମାଣ କିମ୍ବା ମିଶ୍ରଣ ଯୋଜନା ପ୍ରସ୍ତୁତ କରିହେବ। ଫଳରେ ଆର୍ଥିକ ବ୍ୟବସ୍ଥାରେ ସୃଷ୍ଟି ହେବାକୁ ଥିବା ବାଧାକୁ ଏଡ଼ାଇ ଦିଆଯାଇପାରିବ। ତେବେ ଏହି ନିୟମ ରାଜ୍ୟ ସମବାୟ ଆଇନ ଅଧୀନରେ ଥିବା ସମବାୟ ସମିତିର ରାଜ୍ୟ ରେଜିଷ୍ଟ୍ରାରଙ୍କ କ୍ଷମତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହା ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି(ପ୍ୟାକ୍ସ) କିମ୍ବା ସମବାୟ ସମିତି ପାଇଁ ମଧ୍ୟ ପ୍ରଯୁର୍ଯ୍ୟ ନୁହେଁ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories