ପୁରୀ : ଶ୍ରୀକ୍ଷେତ୍ରରେ ଆଜି ପାଳନ ହେବ ପବିତ୍ର ହେରାପଞ୍ଚମୀ। ପରମ୍ପରା ଅନୁଯାୟୀ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଓ ଭଉଣୀଙ୍କୁ ନେଇ ଏହି ଯାତ୍ରରେ ଆସିଥିବାରୁ ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥକୁ ଭାଙ୍ଗିଥାନ୍ତି। ପ୍ରଥମେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସି ନନ୍ଦିଘୋଷ ରଥ ନିକଟରେ ରୁହନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ, ଚାମର, ଘସା ବିଡ଼ିଆ, ଦହି ପଟି ସହ ମଣୋହୀ ନୀତି ହୋଇଥାଏ। ଏହାପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ଜୟବିଜୟ ଦ୍ୱାର ଠାରେ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥାଏ। ନିତୀ ଅନୁଯାୟୀ ଶ୍ରୀଜଗନ୍ନାଥ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଙ୍ଗନ କରିଥାନ୍ତି। ଏହା ପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ଶ୍ରୀମନ୍ଦିିରକୁ ପ୍ରବେଶ କରିଥାନ୍ତି।
Popular Categories



