www.samajalive.in
Saturday, December 13, 2025
27.1 C
Bhubaneswar

ଫୋନରେ ଅଭିଯୋଗ ଶୁଣିବେ ଏସପି: ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଫୋନରେ ଏସପି’

ବ୍ରଜରାଜନଗର: କରୋନା କଟକଣା ମଧ୍ୟରେ ଲୋକଙ୍କ ସ୍ୱାଭାବିକ ଜୀବନ ବାଧାପ୍ରାପ୍ତ ହୋଇଛି। ଲକ୍ ଡ଼ାଉନ ନିୟମ କୋହଳ ହୋଇଥିଲେ ମଧ୍ୟ ଗମନାଗମନ ସ୍ୱାଭାବିକ ହୋଇ ପାରି ନାହିଁ। ଘୋର ଦୁର୍ଦ୍ଦିନରେ ଜୀବନ କାଳାତିପାତ କରୁଥିବା ଲୋକେ ନିଜର ଗୁହାରୀ ଜଣାଇବା ପାଇଁ ପ୍ରଶାସନ ନିକଟରେ ପହଞ୍ଚି ପାରୁ ନାହାନ୍ତି। ବିଶେଷ କରି ଦୁର୍ଗମ ଓ ଗ୍ରାମାଞ୍ଚଳର ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ସମାଧାନ ପାଇଁ ଝାରସୁଗୁଡ଼ା ଏସ୍‌ପି ରାହୁଲ ପିଆର ଏକ ଅଭିନବ ପଦକ୍ଷେପ ହାତକୁ ନେଇଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ‘ଫୋନରେ ଏସ୍‌ପି” ନାମକ ଏକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

- Advertisement -

ଜନ ସାଧାରଣ ଆସନ୍ତା ୨୯ରୁ ଆରମ୍ଭ କରି ସମସ୍ତ ସୋମବାର ଦିନ ସକାଳ ୧୦.୩୦ରୁ ୧୧.୩୦ ମଧ୍ୟରେ ଏସ୍‌ପିଙ୍କ ଲ୍ୟାଣ୍ଡଲାଇନ ଫୋନ୍‌ ନମ୍ବର ୦୬୬୪୫-୨୭୦୮୦୮ରେ ଫୋନ୍‌ କରିପାରିବେ। ଏହି ସମୟରେ ଝାରସୁଗୁଡ଼ା ଏସ୍‌ପି ବ୍ୟକ୍ତିଗତ ଭାବେ ଲୋକଙ୍କ ପୁଲିସ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଶୁଣିବେ ତଥା ସମସ୍ୟାର ସମାଧାନ ଦିଗରରେ ତ୍ୱରିତ ପଦକ୍ଷେପ ନେବେ ବୋଲି ସୂଚନା ଦିଆଯାଇଛି। ଏସ୍‌ପି ରାହୁଲ ପିଆର କହିଛନ୍ତି ଯେ ତାଲାବନ୍ଦ ନିୟମ କୋହଳ ହୋଇଥିଲେ ସୁଦ୍ଧା ଜନ ସାଧାରଣଙ୍କୁ ବିଭିନ୍ନ ଥାନା ଓ ଏସପି ଅଫିସ ଆସିବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଲୋକେ ଫୋନରେ ଏସ୍‌ପିଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ। ଏସ୍‌ପି ଲୋକଙ୍କ ଅଭିଯୋଗ ଶୁଣିବେ ଏବଂ ଫଇସଲା କରିବେ। ବର୍ତ୍ତମାନର ସ୍ଥିତିରେ ‘ଫୋନ୍‌ରେ ଏସ୍‌ପି’ ବ୍ୟବସ୍ଥା ଦ୍ୱାରା ପୁଲିସ ଅତି ସୁବିଧାରେ ଲୋକଙ୍କ ନିକଟତ୍ତର ହେବ। ଏହାସହିତ ରାଜ୍ୟ ସରକାରଙ୍କ ୫-ଟି ସଫଳ ରୂପାୟନ ହୋଇ ପାରିବ।


ଝାରସୁଗୁଡ଼ା ଏସ୍‌ପି ରାହୁଲ ପିଆର ଲୋକଙ୍କ ନିକଟତ୍ତର ହେବା ପାଇଁ ଏଭଳି ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି। ରାୟଗଡ଼ା ଏସ୍‌ପି ଥିବା ସମୟରେ ସେଠାକାର ଜନସାଧାରଣ ନିଜର ବିଭିନ୍ନ ଅଭିଯୋଗ ସମ୍ବନ୍ଧରେ ଏସ୍‌ପିଙ୍କ ପାଖରେ ଫେରାଦ ହେବା ପରିବର୍ତ୍ତେ ଓଲଟା ଏସ୍‌ପି ଅଭିଯୋଗକାରୀଙ୍କ ପାଖକୁ ଯାଇ ଅଭିଯୋଗ ଶୁଣୁଥିଲେ। ଏଥି ପାଇଁ ସେ ପ୍ରତ୍ୟେକ ସୋମବାର ଜିଲ୍ଲାର ବିଭିନ୍ନ ବ୍ଲକ ଓ ଥାନାକୁ ଯାଇ ବିଭିନ୍ନ ଅଭିଯୋଗର ଶୁଣାଣି କରି ଲୋକଙ୍କ ପ୍ରସଂସାର ପାତ୍ର ହୋଇଥିଲେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories