www.samajalive.in
Friday, December 12, 2025
15.1 C
Bhubaneswar

ଶ୍ରମିକ ସମସ୍ୟା ସମାଧାନ ପାଇଁ ପୋର୍ଟାଲ ଆରମ୍ଭ କଲେ ରାଜ୍ୟ ସରକାର

କରୋନା ଜନିତ ଲକଡାଉନ୍‍ କାଳରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଶ୍ରମିକ ଏବଂ ରାଜ୍ୟରେ ଥିବା ଶ୍ରମିକମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କୁ କାମଧନ୍ଦା ଯୋଗାଇବା, ଦକ୍ଷତା ମ୍ୟାପିଂ କରିବା ଏବଂ ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ଶ୍ରମିକ ପରିଚାଳନା ପୋର୍ଟାଲ୍‍ର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏବଂ ଇଏସ୍‍ଆଇ ବିଭାଗର ମିଳିତ ଉଦ୍ୟମରେ ଲେବର୍‍ କେସ୍‍ ମ୍ୟାନେଜ୍‍ମେଣ୍ଟ ସିଷ୍ଟମ୍‍ ପୋର୍ଟାଲ୍‍ ଆରମ୍ଭ କରାଯାଇଛି।

ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି, ଏହି ପୋର୍ଟାଲ ମାଧ୍ୟମରେ କେଉଁ ବର୍ଗର ଶ୍ରମିକଙ୍କୁ କେଉଁଭଳି କାମ ଯୋଗାଇ ଦିଆଯିବ, ତାହା ସହଜରେ ଜଣାପଡ଼ିବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପୋର୍ଟାଲ ହେଉଛି ‘http://lcms.labdirodisha.gov.in’ ରାଜ୍ୟ ସରକାରଙ୍କ ଫାଇଭ୍‍-ଟି ଯୋଜନା ଅଧୀନରେ ଏହି ପୋର୍ଟାଲ ମାଧ୍ୟମରେ ଅନ୍‍ଲାଇନରେ ଅଭିଯୋଗ ଦାୟାର ମଧ୍ୟ କରାଯାଇ ପାରିବ। ମୁଖ୍ୟ ଶାସନ ସଚିବ ଏବଂ ଶ୍ରମ କମିଶନର ଏହି ପୋର୍ଟାଲର ପ୍ରତ୍ୟକ୍ଷ ପରିଚାଳନା କରିବେ ବୋଲି ଜଣାପଡ଼ିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories