www.samajalive.in
Saturday, December 13, 2025
21.1 C
Bhubaneswar

ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ମାମଲା, ଜେଲ୍‍ ଗଲା ଅଭିଯୁକ୍ତ

ପିପିଲି : ପିପିଲି ଥାନା ଅଞ୍ଚଳର ଜନୈକା ୧୫ବର୍ଷିୟା ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ସହ ହତ୍ୟା ଉଦ୍ୟମ ମାମଲାରେ ଗିରଫ ଅଭିଯୁକ୍ତକୁ ପିପିଲି ପୁଲିସ ଆଜି ପୁରୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିବା ପରେ ଅଭିଯୁକ୍ତକୁ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତର ନାମ କବିସୂର୍ଯ୍ୟ ସାହୁ (୪୫) ଓ ତାର ଘର ପିପିଲିଶାସନ ଗ୍ରାମରେ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାଇ,ଦଳିତ ସଂପ୍ରଦାୟର ଉକ୍ତ ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ତା’ପ୍ରତି ଦୁଷ୍କର୍ମ ଉଦ୍ୟମ ହୋଇଥିଲା। ଗତ ୧୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ସେ ଘର ଓଳାଉ ଥିବା ବେଳେ ଅଭିଯୁକ୍ତ ହଠାତ୍‍ ଘର ମଧ୍ୟରେ ପ୍ରବେଶ କରି ଘରର କବାଟକୁ ବନ୍ଦ କରିଦେବା ସହ ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକାର ତଣ୍ଟିକୁ ଚିପି ତାକୁ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲା। ନାବାଳିକା ଜଣକ ବେହୋସ ହୋଇଯିବା ପରେ ଅଭିଯୁକ୍ତ ସେଠାରୁ ଫେରାର୍‍ ହୋଇଯାଇଥିଲା। ଖବର ପାଇ ନାବାଳିକାର ପରିବାର ଲୋକେ ସେଠାରେ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିପିଲି ଡାକ୍ତରଖାନାକୁ ନେଇଥିଲେ। ପରେ ସେଠାରୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସଂପର୍କରେ ନାବାଳିକାର ବାପା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତକାରୀ ଅଧିକାରୀ ତଥା ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କ ତତ୍ତ୍ୱାବଧାନରେ ତଥା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନେତୃତ୍ୱରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ, ଗଙ୍ଗାଧର ପ୍ରଧାନ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଗତକାଲି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories