www.samajalive.in
Saturday, December 13, 2025
21.1 C
Bhubaneswar

ଶିକ୍ଷାନୁଷ୍ଠାନରୁ ହଟିବ ଅସ୍ଥାୟୀ କୋବିଦ ଚିକିତ୍ସା କେନ୍ଦ୍ର; ପ୍ରତି ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କୋବିଦ ଯତ୍ନ ଗୃହ

ଭୁବନେଶ୍ବର: ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଓ ସଙ୍ଗରୋଧୀଙ୍କ ପାଇଁ ସ୍ଥାପନ ହୋଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବନ୍ଦ କରାଯିବ । ଏହା ବ୍ୟତୀତ କେବଳ ପ୍ରତ୍ୟେକ ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ କୋବିଦ ଯତ୍ନଗୃହ ସ୍ଥାପନ ହେବ । ଏ ବାବଦରେ ପଞ୍ଚାୟତକୁଗୁଡ଼ିକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ଏବଂ ଜନଗହଳି ସ୍ଥାନଠାରୁ ଦୂରରେ ଏହି ଯତ୍ନଗୃହ ସ୍ଥାପନ ହେବ । ରାଜ୍ୟ ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଜୁଲାଇ ମାସ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।

ଏ ସଂପର୍କରେ ରାଜ୍ୟ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ କୁମାର ସିଂହ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । କରୋନା ଲକ୍ଷଣ ନ ଥିବା କିମ୍ବା ସ୍ବଳ୍ପ ଲକ୍ଷଣଥିବା ରୋଗୀଙ୍କୁ କୋବିଦ ଯତ୍ନଗୃହରେ ରଖାଯିବ । ଏହା ପଞ୍ଚାୟତରେ ଥିବା ସରକାରୀ ଗୃହରେ ସ୍ଥାପନ ହେବ । ପଂଚାୟତର ରାଜୀବ ଗାନ୍ଧି ସେବା କେନ୍ଦ୍ର, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, କମ୍ୟୁନିଟି ହଲ, କଲ୍ୟାଣ ମଣ୍ଡପ ଆଦିରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ସରକାର ପଞ୍ଚାୟତକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ।  ଖାଦ୍ୟ, ପରିଷ୍କାର ଓ ପରିଚ୍ଛନ୍ନତା, ରକ୍ଷଣାବେକ୍ଷଣ ଓ ଅନ୍ୟ ସମସ୍ତ ପ୍ରକାରର ସେବା ଯୋଗାଇବା ନିମନ୍ତେ ବ୍ୟବସ୍ଥା କରାଯିବ ଏବଂ  କୋବିଦ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଥିବା ଆନୁଷଙ୍ଗିକ ସାମଗ୍ରୀକୁ କୋବିଦ ଯତ୍ନଗୃହକୁ ସ୍ଥାନାନ୍ତର କରାଯିବ । ବାତ୍ୟ ଓ ବନ୍ୟା ଆଶ୍ରୟସ୍ଥଳୀରେ ଏବେ କାର୍ଯ୍ୟକ୍ଷମ ଥିବା ଟିଏମସିକୁ କୋବିଦ ଯତ୍ନ ଗୃହରେ  ଜିଲ୍ଲାପାଳମାନେ ପରିବର୍ତ୍ତିନ କରିପାରିବେ ବୋଲି କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories