www.samajalive.in
Thursday, December 11, 2025
15.1 C
Bhubaneswar

ଦେଶୀ ମଦ ଚୋରା ଚାଲାଣ ବେଳେ ଧରାପଡିଲେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ

ମୁରିବାହାଲ : ବେଆଇନ ଦେଶୀ ରନ୍ଧା ମଦ ଚାଲାଣ କରୁଥିବା ଅଭିଯୋଗରେ ମୁରିବାହାଲ ବ୍ଳକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ସମେତ ୨ଜଣ ମୁରିବାହାଲ ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି। ମୁରିବାହାଲ ପୁଲିସ ହାବୁଡରେ ବ୍ଲକ ଉପାଧକ୍ଷାଙ୍କ ସ୍ୱାମୀ ଜୟକୃଷ୍ଣ ବାଗ । ଏକ ନମ୍ବର ବିହୀନ ଟିଭିଏସ ଜୁପିଟର ନିଳ ରଙ୍ଗର ସ୍କୁଟିରେ ଦେଶୀ ରନ୍ଧା ମଦ ଆଣୁଥିଲେ ଏହି ସମୟରେ ମୁରିବାହାଲ ପୁଲିସ ପାଟ୍ରୋଲିଂ କରୁଥିଲା। ତ୍ରିଖୁଂଟି ଛକରେ ମଦ ଓ ସ୍କୁଟି ସହ ଧରାପଡିଥିଲେ ଜୟ କୃଷ୍ଣ ବାଗ । ପୁଲିସର ଏକ ପାଟ୍ରୋଲିଂ ଟିମ ଏଏସଆଇ ପଦ୍ମନାଭ ରାଉତ,କନେଷ୍ଟବଳ ଆର ମାଝୀ ଓ କେ ପୁଝାରୀ ଗୁଡିଘାଟ, ଘୁଷୁରାମୁଣ୍ଡା ଓ ମୁରିବାହାଲ ପଟରେ ପେଟ୍ରୋଲିଂ କରୁଥିବାବେଳେ ଏକ ନମ୍ବର ବିହୀନ ଟିଭିଏସ ସ୍କୁଟିରେ ମଦ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ପୁଲିସ ଟିମ ମୁରିବାହାଲ ବ୍ଲକ ସମ୍ମୁଖରେ ୨ଜଣ ବ୍ୟକ୍ତି ସ୍କୁଟିରେ ଯାଉଥିବା ବେଳେ ସନ୍ଦେହରେ ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କୁ ଯାଞ୍ଚ କରିବାରୁ ଗାଡି ଡିକିରେ ୫ଶହ ମି.ଲିର ୧୦ଟି ମଦ ପାଉଚ ଓ ଦୁଇ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ ଜବତ ମଦ ସହିତ ସ୍କୁଟିକୁ ଥାନାକୁ ଆଣି ପଚରା ଉଚରା କରିବାରୁ ସେମାନେ ମୁରିବାହାଲର ସଂର୍କିତନ ବାଗଙ୍କ ପୁଅ ଜୟକୃଷ୍ଣ ବାଗ (୩୫) ଓ ମନୁ ସାହୁଙ୍କ ପୁଅ ରାଧାକାନ୍ତ ସାହୁ (୪୫) ଥିଲେ । ସେମାନେ ମଦ ଚାଲାଣର କୌଣସି ପ୍ରକାର ତଥ୍ୟ ପୁଲିସ ନିକଟରେ ଦେଇ ପାରି ନଥିଲେ । ପୁଲିସ ଏନେଇ ଅବକାରୀ ଆଇନର ଧାରା ୫୨(ଏ)ରେ ମୁରିବାହାଲ ଥାନା  କେସ ନମ୍ବର ୧୧୯/୨୦ ରୁଜୁ କରଛି। ମାମଲାର ତଦନ୍ତ ଏସଆଇ ସଂୟୁକ୍ତା ପ୍ରଧାନ କରୁଥିବାବେଳେ ୨ଅଭିଯୁକ୍ତଙ୍କୁ ମୁରିବାହାଲ ଜେଏମଏସି କୋର୍ଟ ଚାଲାଣ କରିଥିବା ଆଇଆଇସି ତାରାଜସ୍ମିନ ଗୁରିଆ ପ୍ରକାଶ କରିଛନ୍ତି । ଜୟକୃଷ୍ଣ ବାଗ ମୁରିବାହାଲ ବ୍ଲକ ଉପାଧକ୍ଷା ସୁନ୍ଦରମତୀ ବାଗଙ୍କ ସ୍ୱାମୀ ହୋଇଥିବାରୁ ଏହି ଘଟଣା ମୁରିବାହାଲ ବ୍ଲକ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories