www.samajalive.in
Saturday, December 6, 2025
14.1 C
Bhubaneswar

ଖାଦ୍ୟରେ ସାମିଲ କରନ୍ତୁ ଏହି ଶାଗ : ରହିଛି ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ବିଭିନ୍ନ ପ୍ରକାର ଶାଗ ଖାଇବା ଦ୍ୱାରା ଏହା ଶରୀରରୁ ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ। ସେଭଳି ଶରୀର ପାଇଁ ଏକ ଲାଭଦାୟକ ଶାଗ ହେଉଛି ମେଥି ଶାଗ। ଏହି ଶାଗର ବହୁ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ ଏହି ଶାଗ ଖାଇବା ଦ୍ୱାରା ଆମକୁ କି କି ଲାଭ ମିଳିଥାଏ……
ଆଣ୍ଠୁଗଣ୍ଠି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି କାରଣରୁ ଲୋକଙ୍କୁ ଚଲାବୁଲା କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିତିଦିନିଆ କାର୍ୟ୍ୟରେ ମଧ୍ୟ ବହୁତ ଅସୁବିଧା ଭୋଗ କରିବାକୁ ପଡ଼ିଥାଏ। ଏହି ଆଣ୍ଠୁଗଣ୍ଠି ବ୍ୟଥାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧର ମଧ୍ୟ ସେବନ କରିଥାଆନ୍ତି। ମାତ୍ର ମେଥି ଶାଗ ଖାଇବା ଦ୍ୱାରା ଏହି ଯନ୍ତ୍ରଣା ଦୂର ହୋଇଥାଏ।
ସବୁଜ ମେଥି ଶାଗରେ ପର୍ୟ୍ୟାପ୍ତ ପରିମାଣରେ ଫାଇବର, ପ୍ରୋଟିନ, ଆଇରନ ଥାଏ। ମେଥି ଶାଗ ଆଣ୍ଠୁଗଣ୍ଠିର ସମସ୍ୟା ଦୂର କରିବା ପାଇଁ ଖୁବ ଲାଭଦାୟକ ଅଟେ। ମେଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ରହିଛି। ଏହାକୁ ନିୟମତି ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ ହୋଇଥାଏ। ମେଥିରେ ଭରପୁର ପୋଟାସିୟମ ରହିଛି।
ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ ଉପଯୋଗୀ ଅଟେ।
ଖାଦ୍ୟକୁ ଭଲ ଭାବେ ହଜମ କରିବା ସହ କୋଷ୍ଠକାଠିନ୍ୟ ଜନିତ ସମସ୍ୟାକୁ ଦୂର କରିଥାଏ।
ସାଧାରଣତଃ ପିଲାମାନଙ୍କ ପେଟରେ କୃମି ହୋଇଯାଏ। ଏହି ମେଥି ଶାଗ ଖାଇବା ଦ୍ୱାରା କୃମି ଜନିତ ସମସ୍ୟାରୁ ମୁକ୍ତ ମିଳେ।
ମେଥି ପତ୍ରକୁ ପେଷି ଏହାକୁ କେଶରେ ଲଗାଇଲେ, କେଶ ଘନ ଓ କଳା ହୋଇଥାଏ।
ଏହାର ପତ୍ରକୁ ପେଷି ମୁହଁରେ ଲଗାଇଲେ ମୁହଁର ଉଜ୍ୱଳତା ବଢିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories