www.samajalive.in
Thursday, December 11, 2025
16.1 C
Bhubaneswar

ଅସୁରକ୍ଷିତ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରଥମ ଚିନ୍ତା ହେଉ

କରୋନା ବିରୋଧୀ ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ରୂପେ ପରିଗଣିତ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ସହିଦଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏହା ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତି ଯେତିକି ଆହ୍ୱାନ ସୃଷ୍ଟି କରିଛି, ଜନସାଧାରଣଙ୍କ ମନରେ ତା’ଠାରୁ ଅଧିକ ଭୟ ସଞ୍ଚାର କରିଛି। ଡାକ୍ତର, ନର୍ସମାନେ ଯଦି କରୋନା କବଳରୁ ବର୍ତ୍ତି ପାରୁନାହାନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ – ଏହି ପ୍ରଶ୍ନ ଏବେ ଲୋକଙ୍କୁ ଘାରିଛି।

କରୋନା ସଂକ୍ରମଣ ୱାର୍ଡରେ ନିୟୋଜିତ ଡାକ୍ତରଙ୍କ ତୁଳନାରେ ନର୍ସମାନଙ୍କ ଜୀବନ ଅଧିକ ବିପନ୍ନ ହୋଇପଡ଼ିଛି। ଏ ପର୍ଯ୍ୟନ୍ତ ପ୍ରାପ୍ତ ପରିସଂଖ୍ୟାନ ଅନୁଯାୟୀ ପ୍ରତି ୧ ହଜାର ଡାକ୍ତରଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା ୨.୪ ହୋଇଥିବା ବେଳେ ପ୍ରତି ୧ ହଜାର ନର୍ସଙ୍କ ମଧ୍ୟରେ ସଂକ୍ରମିତ ନର୍ସଙ୍କ ସଂଖ୍ୟା ୫ ରହିଛି। ୟୁରୋପୀୟ ଦେଶ ତୁଳନାରେ ଭାରତରେ ଏହି ଅନୁପାତ କମ୍‍ ହେଲେ ମଧ୍ୟ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି, ବଜେଟ୍‍ ଓ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଆଗାମୀ ଦିନରେ ଅଧିକରୁ ଅଧିକ ସଂଖ୍ୟକ ଆଗଧାଡ଼ିର ଯୋଦ୍ଧା ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

- Advertisement -

ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିରାପତ୍ତା ପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ସ୍ୱାସ୍ଥ୍ୟ ବିଭାଗ ତତ୍ପର ଥିବା ପରି ମନେ ହେଉନାହିଁ। ଦେଶର ଅନେକ ବଡ଼ବଡ଼ ସହରର ଅଧିକାଂଶ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସମାନଙ୍କୁ ଆବଶ୍ୟକ ସଂକ୍ରମଣ ନିରୋଧୀ ପୋଷାକ(ପିପିଇ) ଓ ଏନ୍‍୯୫ ମାସ୍କ ଯୋଗାଇ ଦିଆଯାଉନାହିଁ। ସଂକ୍ରମଣ ୱାର୍ଡରେ ନିୟୋଜିତ ନର୍ସମାନଙ୍କୁ ସର୍ବାଧିକ ୧୪ ଦିନ କାମ କରିବା ପରେ୧୪ ଦିନ କ୍ୱାରେନ୍‍ଟାଇନ୍‍ରେ ରଖାଯିବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ତାହା ଅନୁପାଳନ କରାଯାଉନାହିଁ। କରୋନା ସଂକ୍ରମଣ ୱାର୍ଡରେ କାର୍ଯ୍ୟରତ ନର୍ସମାନଙ୍କ ନିୟମିତ ନମୁନା ପରୀକ୍ଷା କରାଯିବା ନିହାତି ଆବଶ୍ୟକ ଥିଲେ ମଧ୍ୟ ଏ ସମ୍ପର୍କିତ ନିର୍ଦେଶାବଳୀ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଜାରି କରିନାହାନ୍ତି। ଫଳରେ ନର୍ସମାନଙ୍କ ଜୀବନ ବିପନ୍ନ ହେବା ସହିତ ସେମାନଙ୍କଠାରୁ ଅନ୍ୟ ସହକର୍ମୀ, ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ରହୁଛି। ଆହୁରି ଉଦ୍‍ବେଗଜନକ ହେଲା ଠିକ୍‍ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦରମା ମଧ୍ୟ ମିଳୁ ନାହିଁ। ଦେଶର ବିଭିନ୍ନ ଅଞ୍ଚଳରୁ ଉପରୋକ୍ତ ସାଂଘାତିକ ଅଭିଯୋଗ ଆସିବା ପରେ ଶେଷରେ ବାଧ୍ୟ ହୋଇ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦରମା ବନ୍ଦ କାର୍ଯ୍ୟକୁ ଅପରାଧ ଭାବେ ବିବେଚନା କରି କଠୋର ଦଣ୍ଡ ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ତାଗିଦ୍‍ ପରେ ନର୍ସମାନଙ୍କୁ ୭ ଦିନ ବାଧ୍ୟତାମୂଳକ କ୍ୱାରେନ୍‍ଟାଇନ୍‍ ବ୍ୟବସ୍ଥା ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏଥିରୁ ଆଗଧାଡ଼ିର ଯୋଦ୍ଧାଙ୍କ ନିରାପତ୍ତା ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଉଦାସୀନତା ପ୍ରମାଣିତ ହେଉଛି। ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ଘୋଷଣା କରିଛନ୍ତି, କିନ୍ତୁ ଆସନ୍ନ ବିପଦ ଆଶଙ୍କାରେ ବାଧ୍ୟବାଧକତାରେ କାମ କରିବା ଦ୍ୱାରା ସେମାନେ ମାନସିକ ସ୍ତରରେ ଅସୁରକ୍ଷିତ ଓ ହତୋତ୍ସାହିତ ହୋଇପଡ଼ୁଛନ୍ତି।

ବିଶାଳ ଜନସଂଖ୍ୟା ବିଶିଷ୍ଟ ଭାରତରେ ଆଗକୁ କରୋନା ସଂକ୍ରମଣ ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତେଣୁ ଭାରତକୁ ଏହି ମହାଯୁଦ୍ଧ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ। ଯୁଦ୍ଧରେ ବିଜୟ ପାଇଁ ଅଗାଧାଡ଼ିର ଯୋଦ୍ଧାଙ୍କ ସୁରକ୍ଷା କବଚ ନିଶ୍ଚିତ କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories