www.samajalive.in
Wednesday, December 10, 2025
26.1 C
Bhubaneswar

ନେପାଳ ଏଫଏମରେ ବାଜୁଛି ଭାରତ ବିରୋଧୀ ଗୀତ; ରେଡିଓ ଶୁଣିବା ବନ୍ଦ କଲେ ସୀମାନ୍ତବର୍ତ୍ତୀ ବାସିନ୍ଦା

ଡେରାଡୁନ: ଭାରତ-ନେପାଳ ବିବାଦ ମଧ୍ୟରେ ଏବେ ନେପାଳର ଏଫଏମ ରେଡିଓରେ ଭାରତ ବିରୋଧୀ ଗୀତ ଶୁଣିବାକୁ ମିଳିଛି। ବାରମ୍ବାର ଦେଶ ବିରୋଧୀ ଗୀତ ଶୁଣିବା ପରେ ସୀମାନ୍ତବର୍ତ୍ତୀ ଲୋକମାନେ ଏଫଏମ ରେଡିଓ ଶୁଣିବା ବନ୍ଦ କରି ଦେଇଛନ୍ତି। ଏହି ଗୀତଗୁଡ଼ିକରେ ଭାରତର କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ନେପାଳର ଭୂମି ଭାବରେ ବର୍ଣ୍ଣନା କରାଯାଉଛି।

ଭାରତର ସମସ୍ତ ବିରୋଧ ସତ୍ତ୍ୱେ ଭାରତୀୟ ଭୂମି କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ନେପାଳ ନିଜ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିଛି। ବର୍ତ୍ତମାନ ଏହା ସହ ଜଡିତ ଗୀତଗୁଡ଼ିକ ନେପାଳର ଏଫଏମ ରେଡିଓରେ ମଧ୍ୟ ପ୍ରସାରିତ କରାଯାଉଛି। ତେବେ ଭାରତ ବିରୋଧୀ ଗୀତ ବାଜିବା ପରେ ନେପାଳରେ ଥିବା ଭାରତୀୟଙ୍କୁ ଗଭୀର ଆଘାତ ଲାଗିଛି।

- Advertisement -

କେବଳ ଏତିକି ନୁହେଁ, ନେପାଳର ସାମାଜିକ ଗଣମାଧ୍ୟମରେ ଭାରତ ବିରୋଧରେ ଅନେକ ବିବାଦୀୟ ପୋଷ୍ଟ କରାଯାଉଛି। ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ନେପାଳର ଲୋକମାନେ କାଲାପାନି, ଲିପୁଲେଖ, ଲିମ୍ପିୟାଧୁରାକୁ ନିଜ ଜମି ବୋଲି କହୁଛନ୍ତି ଏବଂ ଏହାକୁ ଭାରତଠାରୁ ଛଡ଼ାଇ ନିଜ ଅକ୍ତିଆରକୁ ଆଣିବା କଥା କହି ପୋଷ୍ଟମାନ କରୁଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories