www.samajalive.in
Monday, December 15, 2025
16.1 C
Bhubaneswar

୨୪ ବର୍ଷ ହେଲା ଖାଲି ପଡ଼ିଛି ହୋମିଓପ୍ୟାଥି ସହାୟକ ପଦ; ନିଯୁକ୍ତି ଅପେକ୍ଷାରେ ୮୭

ଭୁବନେଶ୍ବର: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋମିଓପାଥି ସହାୟକ ଏବଂ ଆୟୁର୍ବେଦିକ ବିତରକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଖାଲି ପଡ଼ିଥିବା ପଦରୁ ୫୦ ପ୍ରତିଶତ ସରକାରୀ ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ କିମ୍ବା ସ୍ବୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟ କିମ୍ବା ୨ ବର୍ଷିଆ ହୋମିଓ ଫାର୍ମାସି କମ୍ପ୍ଲିସନ୍‌ ସାର୍ଟିଫିକେଟ୍‌ ଯୋଗ୍ୟତାଧାରୀଙ୍କୁ ନିଯୁକ୍ତି ଦିଆଯିବ ଏବଂ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ କିମ୍ବା ତଦୁର୍ଦ୍ଧ୍ବ ଯୋଗ୍ୟତା ଥିବା ୪୫ ପ୍ରତିଶତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଦର୍ଶାଯାଇଥିଲା। ମାତ୍ର ଏବେ ବି ୮୭ ଜଣ ହୋମିଓପ୍ୟାଥି ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ବେକାର ବସିଥିବାବେଳେ ଏବେ ମ୍ୟାଟ୍ରିକ୍ ଓ ଯୁକ୍ତ ୨ ପାସ୍ କରିଥିବା ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ମସୁଧା ଚାଲିଛି । ଏବେ ରାଜ୍ୟରେ ୪୦୦ରୁ ଅଧିକ ହୋମିଓପ୍ୟାଥି ସହାୟକ ଖାଲି ପଡ଼ିଥିବାରୁ ନିଯୁକ୍ତି ଅପେକ୍ଷାରେ ଥିବା ୮୭ ଜଣଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି ।

New Doc 2020-06-21 19.26.12_1

- Advertisement -

ଏଥିପାଇଁ ୧୯୯୬ରେ ଦୈନିକ ସମ୍ବାଦପତ୍ର ଜରିଆରେ ୧୦୫ ହୋମିଓ ସହାୟକ ଏବଂ ୧୧୯ ଆୟୁର୍ବେଦିକ ବିତରକ ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିପାଇଁ ୧୮୭ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ୧୯୯୭ରେ ଭୁବନେଶ୍ବର ଅଭିନ୍ନଚନ୍ଦ୍ର ହୋମିଓ ମହାବିଦ୍ୟାଳୟରେ ଲିଖିତ ପରୀକ୍ଷା କରାଯାଇଥିଲା ଓ ୧୮୦ଜଣଙ୍କ ମେଧାତାଲିକା ପ୍ରସ୍ତୁତ ତାଲିକାରୁ ୫୪ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ମନୋନୟନ କରାଯାଇଥିଲା। ସେଥିମଧ୍ୟରୁ ୪୩ଜଣ ହୋମିଓ ଫାର୍ମାସି କମ୍ପ୍ଲିସନ୍‌ ସାର୍ଟିଫିକେଟ୍‌ ଦାଖଲ କରି ନିଯୁକ୍ତି ପାଇଥିଲେ। ତେବେ ୧୧ଜଣ ମନୋନୀତ ପ୍ରାର୍ଥୀ ହୋମିଓ ଫାର୍ମାସି କମ୍ପ୍ଲିସନ୍‌ ସାର୍ଟିଫିକେଟ୍‌ ଦାଖଲ କରିପାରିନଥିଲେ। ଫଳରେ ସେମାନଙ୍କୁ ନିଯୁକ୍ତି ଦିଆଯାଇନଥିଲା। ତେବେ ଅବଶିଷ୍ଟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା। ଅପରପକ୍ଷରେ ଏବେ ରାଜ୍ୟରେ ୪୨୬ଟି ହୋମିଓପାଥି ସହାୟକ ପଦ ଖାଲିପଡ଼ିଛି। ତେଣୁ ହୋମିଓ ଫାର୍ମାସି କମ୍ପ୍ଲିସନ୍‌ ସାର୍ଟିଫିକେଟ୍‌ ପାଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ନେଇ ଆୟୁଷ ନିର୍ଦେଶକଙ୍କୁ ଅନୁରୋଧ କରାଯାଇଛି। ସେହିପରି ମେଧା ତାଲିକାରେ ଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସ୍ବାସ୍ଥ୍ୟ ସଚିବଙ୍କୁ ନିବେଦନ କରାଯାଇଥିଲା। ତେବେ ଏଭଳି ପ୍ରସଙ୍ଗରେ ହୋମିଓପାଥି ସହାୟକ ପଦରେ ନିଯୁକ୍ତି ଦେବା ପାଇଁ କୋର୍ଟ ନିର୍ଦେଶ ଜରୁରୀ ବୋଲି ୧୯୧୬ରେ ସ୍ବାସ୍ଥ୍ୟ ସଚିବ କହିଥିଲେ। ତେବେ ରାଜ୍ୟ ସରକାର ଅବଶିଷ୍ଟ ୮୭ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories