www.samajalive.in
Saturday, December 6, 2025
23.1 C
Bhubaneswar

କାଉଡ଼ି ଯାତ୍ରା ଉପରେ ପ୍ରତିବନ୍ଧକ; ହୋଇ ପାରିବ ନାହିଁ ଶ୍ରାବଣୀ ଜଳାଭିଷେକ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏପରିକି ପୁରୀ ରଥଯାତ୍ରା ବନ୍ଦ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ଅବସ୍ଥାରେ ପରିସ୍ଥିତିର ଗୁରୁତ୍ଵକୁ ଅନୁଭବ କରି ୩ ରାଜ୍ୟ ଉତ୍ତରପ୍ରଦେଶ, ହରିଆଣା ଓ ଉତ୍ତରାଖଣ୍ଡ ଚଳିତ ବର୍ଷ କାଉଡ଼ି ଯାତ୍ରା ବନ୍ଦ ନିମନ୍ତେ ନିର୍ଦେଶ ଦେଇଛନ୍ତି । ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂରେ ଆଲୋଚନା କରି ଏ ସମ୍ପର୍କରେ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

- Advertisement -

ଶନିବାର ଏହି ୩ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ କାଉଡ଼ି ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷଭାବରେ ଗଙ୍ଗା ପରି ଅନ୍ୟାନ୍ୟ ନଦୀରୁ ଏହି ରାଜ୍ୟର ଭକ୍ତମାନେ ଜଳ ଉଠାଇ ଅଭିଷେକ କରିଥାଆନ୍ତି । ମାତ୍ର ଗଙ୍ଗା ନଦୀରୁ ଶ୍ରାବଣୀ ଭାର ନିମନ୍ତେ ଜଳ ଉଠାଇବା ପାଇଁ ସ୍ପଷ୍ଟ ନିଷେଧାଦେଶ ଜାରି କରାଯାଇଛି ।  ହରିଦ୍ୱାରର ଗଙ୍ଗା ନଦୀରୁ କାଉଡ଼ିଆ ପାଣି ଭାର ଧରି ବିଭିନ୍ନ ଶୈବପୀଠକୁ ଯାଇଥାନ୍ତି । ନଦୀ ପଠାରୁ ମନ୍ଦିର ବେଢ଼ା ଯାଏଁ କାଉଡ଼ିଆଙ୍କ ଭିଡ଼ ଲାଗେ । ଭିଡ଼ରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ୩ ରାଜ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories