www.samajalive.in
Saturday, December 6, 2025
19.1 C
Bhubaneswar

ଟେଷ୍ଟ ପଦାର୍ପଣ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ: ଗାଙ୍ଗୁଲି

କଲକାତା : ଆଜିଠାରୁ ଠିକ୍‍ ୨୪ ବର୍ଷ ତଳେ ଏହି ଦିନ ଭାରତୀୟ କ୍ରିକେଟ୍‍ ପାଇଁ ସର୍ବଦା ଐତିହାସିକ ହୋଇରହିବ। ଏହିଦିନ କ୍ରିକେଟ୍‍ର ମକ୍‍କା ଭାବେ ପରିଚିତ ଇଂଲଣ୍ଡର ଲର୍ଡସ କ୍ରିକେଟ୍‍ ଗ୍ରାଉଣ୍ଡରେ ଭାରତୀୟ କ୍ରିକେଟ୍‍ର ଦୁଇ ଅନ୍ୟତମ ଶ୍ରେଷ୍ଠ ସେବକ ତଥା ବିଶ୍ୱ କ୍ରିକେଟ୍‍ ଇତିହାସରେ ଦୁଇ ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ ରାହୁଲ ଦ୍ରାବିଡ଼ ଓ ସୌରଭ ଗାଙ୍ଗୁଲି ଟେଷ୍ଟ କ୍ରିକେଟ୍‍ରେ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍‍ରେ ହିଁ ଦ୍ରାବିଡ଼ ଓ ଗାଙ୍ଗୁଲି ସେମାନଙ୍କ ଦୈବୀଦତ୍ତ ବ୍ୟାଟିଂ ପ୍ରତିଭାର ପ୍ରଦର୍ଶନ କରିଥିଲେ। ଦ୍ରାବିଡ଼ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ବେଳେ ଗାଙ୍ଗୁଲି ଟେଷ୍ଟ ପଦାର୍ପଣରେ ଶତକ ହାସଲକରି ଏହି କୃତିତ୍ୱ ହାସଲ କରିଥିବା କିଛି ହାତଗଣତି ବ୍ୟାଟ୍‍ସମ୍ୟାନ୍‍ଙ୍କ ତାଲିକାରେ ସାମିଲ ହୋଇଥିଲେ। ପରେ ଉଭୟ ଦ୍ରାବିଡ଼ ଓ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ହୋଇଥିଲେ ହେଁ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‍ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଅଧିନାୟକର ମାନ୍ୟତା ପାଇଥିଲେ। ୨୪ ବର୍ଷ ତଳେ ଟେଷ୍ଟ ପଦାର୍ପଣକୁ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ଗାଙ୍ଗୁଲି କହିଛନ୍ତି।

ବର୍ତ୍ତମାନର ବିସିସିଆଇ ସଭାପତି ଥିବା ସୌରଭ ଗାଙ୍ଗୁଲି ଶନିବାର ତାଙ୍କ ଟ୍ୱିଟର ପୃଷ୍ଠାରେ ଏହା ଉଲ୍ଲେଖ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଏହି ଟେଷ୍ଟମ୍ୟାଚ୍‍ର କିଛି ଫଟୋ ଗାଙ୍ଗୁଲି ଛାଡ଼ିଛନ୍ତି। ଏଥିରେ ତାଙ୍କ ଶତକ ମାରିବାର ଦୃଶ୍ୟ ଏବଂ ଲର୍ଡସ ବାଲ୍‍କୋନିରେ ଭାରତୀୟ ଦଳର ଖେଳାଳି ଛିଡ଼ାହୋଇ ତାଳିମାରି ଶତକ ହାସଲକାରୀ ଗାଙ୍ଗୁଲିଙ୍କୁ ବଧେଇ ଜଣାଇବା ଦେଖିବାକୁ ମିଳିଛି। ଏହି ପୃଷ୍ଠାରେ ‘୨୪ ବର୍ଷ ତଳେ ଆଜିର ଦିନରେ ଟେଷ୍ଟ ପଦାର୍ପଣକୁ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ’ ବୋଲି ଗାଙ୍ଗୁଲି ଲେଖିଥିବା ବେଳେ ତାଙ୍କ ପତ୍ନୀ ତଥା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ଡୋନା ଗାଙ୍ଗୁଲି ‘ତୁମ ପାଇଁ ଗର୍ବିତ’ ବୋଲି ଲେଖିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories