www.samajalive.in
Sunday, December 14, 2025
16.1 C
Bhubaneswar

ମହମବତୀ ଜାଳି ସହିଦ୍‍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ଭୁବନେଶ୍ୱର: ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବ୍ୟବସାୟୀ ବଣିକ ସଂଘ ପକ୍ଷରୁ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ଏ ମାଟିର ଗର୍ବ ଓ ଗୌରବ ଅମର ସହିଦ୍‍ଙ୍କ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି। ଭିଏସ୍‍ଏସ୍‍ ନଗରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତ୍ତା ମହମବତୀ ଜାଳି ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‍ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହି ଅବସରରେ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ବୀର ପ୍ରସବିନୀ ଉତ୍କଳ ଜନନୀର ଦୁଇ ସୁଯୋଗ୍ୟ ସନ୍ତାନ ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ ପ୍ରଧାନ ଓ ନାନ୍ଦୁରାମ ସୋରେନ୍‍ଙ୍କ ସମେତ ସମସ୍ତ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କାର୍ଯ୍ୟକ୍ରମରେ ଯୋଗଦେଇ ସମଗ୍ର ବିଶ୍ୱରେ ଆତଙ୍କରାଜ ଆରମ୍ଭ କରିଥିବା ଚୀନ୍‍ର ମାନବ ସମାଜ ଧ୍ୱଂସ ଲିଳା କାର୍ଯ୍ୟକୁ କଠୋର ଭାଷାରେ ନିନ୍ଦାକରିଥିଲେ। ବିଶ୍ୱ ବଜାରରେ ନକଲ ସାମଗ୍ରୀ ଯୋଗାଉଥିବା ଚୀନ୍‍ ଉତ୍ପାଦିିତ ଦ୍ରବ୍ୟକୁ ପରିତ୍ୟାଗ କରିବାକୁ ସେ ଆହ୍ୱାନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଇକ ମହାସଂଘ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଇଞ୍ଜିନିୟର ଶିବପ୍ରସାଦ ମିଶ୍ର, ହାଟ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମଣ ସାହୁ, ସମ୍ପାଦକ ମନୋରଞ୍ଜନ ସାହୁ, ସମାଜସେବୀ ସମରଞ୍ଜନ ମହାନ୍ତି, ଯୁବନେତା ଦୀପକ କୁମାର ବାରିକ, ଜାଗୃତି-ବିଏମ୍‍ସି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ରାଜୀବ ନୟନ ରଥ, ଶଶାଙ୍କ ସାହୁ, ସୂର୍ଯ୍ୟ ନାରାୟଣ ରାଓ, ଉତ୍ତମ କୁମାର ମହାନ୍ତି ପ୍ରମୁଖ ଅମର ସହିଦ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories