www.samajalive.in
Friday, December 5, 2025
20.1 C
Bhubaneswar

ଧାର୍ମିକ ଓ ପୌରାଣିକ ମହତ୍ୱରେ ପରିପୂର୍ଣ୍ଣ ବିଶ୍ୱପ୍ରସିଦ୍ଧ ଯାତ୍ରା ‘’ରଥଯାତ୍ରା’’

‘’ଜୟ ଜଗନ୍ନାଥ ସ୍ୱାମୀ
ନୟନପଥଗାମୀ
ଭବ ତୁମେ”
ଏହି ପଦଟି ସଭିଁଙ୍କ ମୁଖରେ ଶୁଣାଯାଏ। କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗତରନାଥ ଜଗନ୍ନାଥ। ଯାହାଙ୍କୁ ଦେଖିଦେବା ମାତ୍ରେ ଆଖିରୁ ଲୁହ ଝରିଯାଏ, ପାଟିରୁ ଶବ୍ଦଟିଏ ମଧ୍ୟ ବାହାରି ପାରେ ନାହିଁ। କେବଳ ତାଙ୍କର ଚକା ଆଖିକୁ ଚାହିଁଦେଲେ ଯୁବ ଯୁଗର ପାପ କ୍ଷୟ ହୋଇଯାଏ। ଭକ୍ତଟି ପ୍ରଭୁଙ୍କ ଦର୍ଶନ କରିବା ମାତ୍ରେ ଭାବବିହ୍ୱଳ ହୋଇଯାଏ। ୪ ଧାମ ମଧ୍ୟରେ ଗୋଟିଏ ଧାମ ହେଉଛି ପୁରୀ। ଯାହାକୁ କୁହାଯାଏ ଶ୍ରୀକ୍ଷେତ୍ର। ସାରା ବିଶ୍ୱରେ ଏହି ପବିତ୍ର ଧାମରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ସେହିଭଳି ବର୍ଷକୁ ଥରେ ଆସୁଥିବା ରଥଯାତ୍ରା ବିଷୟରେ ତ ସମସ୍ତେ ଜାଣନ୍ତି। ଏହାକୁ ଘୋଷଯାତ୍ରା ମଧ୍ୟ କୁହାଯାଏ। ଏହି ଯାତ୍ରା ବିଶ୍ୱପ୍ରସିଦ୍ଧ ଅଟେ। ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଭକ୍ତ ଓ ଭଗବାନ ଏକାଠି ହୋଇଥାଆନ୍ତି। ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥି ଦିନ ରଥଯାତ୍ରା ପାଳନ କରାଯାଏ। ବିଭିନ୍ନ ଶାସ୍ତ୍ର, ପୁରାଣରେ ଏହାକୁ ଘୋଷଯାତ୍ରା, ପତିତପାବନଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ବୋଲି ମଧ୍ୟ ଉଲ୍ଲେଖ ରହିଛି।
ମୁଖ୍ୟତଃ ରଥଯାତ୍ରାର ୮ଟି ଭାଗ ରହିଛି। ଯେପରି ସ୍ନାନ ପୂର୍ଣ୍ଣିମା, ଅନବସର, ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଂଚମୀ, ଆଡ଼ପ ପର୍ବ, ବାହୁଡ଼ାଯାତ୍ରା ଓ ନୀଳାଦ୍ରି ବିଜେ। ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ରଥଯାତ୍ରା ପାଇଁ ୩ଟି ରଥ ପ୍ରସ୍ତୁତ ହୋଇଥାଏ। ୩ଟି ରଥରୁ ଗୋଟିଏ ରଥରେ ମହାପ୍ରଭୁ ଜଗନ୍ନାଥ, ଆଉ ଏକ ରଥରେ ପ୍ରଭୁ ବଳଭଦ୍ର ଓ ଅନ୍ୟ ଏକ ରଥରେ ଦେବୀ ସୁଭଦ୍ରା ବିଜେ କରିଥାଆନ୍ତି। ପ୍ରଭୁ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ରଥକୁ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ରଥକୁ ଦେବଦଳନ ବୋଲି କୁହାଯାଏ। ଜାଣନ୍ତୁ ରଥଯାତ୍ରାର ଅନ୍ୟ ନାମ ଓ ଏହାର ତାତ୍ପର୍ଯ୍ୟ………
– ଘୋଷଯାତ୍ରା : ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଏହାକୁ ଘୋଷଯାତ୍ରା କୁହାଯାଏ।
– ଆଡ଼ପମଣ୍ଡପ ଯାତ୍ରା : ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା ବୋଲି ମଧ୍ୟ କୁହାଯାଏ।
– ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହେଉଥିବାରୁ ଏହାକୁ ଜନ୍ମବେଦୀ ଯାତ୍ରା ମଧ୍ୟ କୁହାଯାଏ।
– ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଏହାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଏ।
– ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ଏହାକୁ ପତିତପାବନ ଯାତ୍ରା ମଧ୍ୟ କୁହାଯାଏ।
ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶାଇ ମୋଟ ୯ ଦିନ ହେଉଥିବାରୁ ଏହାକୁ ନବଦିନାତ୍ମକ ଯାତ୍ରା ମଧ୍ୟ କୁହାଯାଏ।
ଗୁଣ୍ଡିଚା ଘରକୁ ଯାତ୍ରା କରାଯାଉଥିବାରୁ ଏହାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories