ଭୁବନେଶ୍ବର : ମହାନ୍ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ ତମ ଶ୍ରାଦ୍ଧ ଦିବସ ‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟରେ ଶନିବାର ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ବ୍ୟୁରୋ ଚିଫ୍ ସମରେନ୍ଦୁ ଦାସ, ବ୍ରାଞ୍ଚ ଇନଚାର୍ଜ ଭରତ ଦାସ,ପ୍ରସନ୍ନ କୁମାର ପତି, ହିମାଂଶୁ କର, ସ୍ବସ୍ତି ରଞ୍ଜନ ସାହୁ, ବ୍ରଜ କିଶୋର ବାରିକ, ବିଶ୍ବମୋହନ ପତି, ସୁନିଲ ଦାସ, ସତ୍ୟସାଇ ବିଶ୍ବାଳ,ଲଲାଟ ସାହୁ, ବିନାୟକ ଶତପଥୀ, ଜଗେଶ୍ବର ବିଶ୍ବାଳ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ।
‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦବିସ ପାଳିତ
Popular Categories



