www.samajalive.in
Saturday, December 6, 2025
19.1 C
Bhubaneswar

କ୍ରମାଗତ ୧୩ ଦିନ ପାଇଁ ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଶୁକ୍ରବାର ପୁଣି ଥରେ ତୈଳଦର ବୃଦ୍ଧି କରିଛନ୍ତି। ଶୁକ୍ରବାର  ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିର୍ଘ ୮୨ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ବିଗତ ୧୩ ଦିନ ହେବ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଯାହା ବର୍ତ୍ତମାନର କରୋନା ସ୍ଥିତିରେ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।


ଶୁକ୍ରବାର ଦିନ ପେଟ୍ରୋଲର ମୂଲ୍ୟ ୫୬ ପଇସା ବୃଦ୍ଧି କରାଯାଇଛି, ଏହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୮.୩୭ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଡିଜେଲ ମୂଲ୍ୟ ୬୩ ପଇସା ବୃଦ୍ଧି କରାଯାଇଥିଲା। ଏହା ପରେ ଦିଲ୍ଲୀରେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୭୭.୦୬ ଟଙ୍କା ରହିଛି। ଓଡିଶାର ରାଜଧାନୀ ଭୁବନେଶ୍ବରରେ ଆଜିର ବର୍ଦ୍ଧିତ ଦର ଫଳରେ  ପେଟ୍ରୋଲ ଲିଟର ପିଛା ୭୭.୮୯ ଏବଂ ଡିଜେଲ ୭୪.୯୩ ଟଙ୍କା ହୋଇଯାଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories