www.samajalive.in
Sunday, December 7, 2025
15.1 C
Bhubaneswar

ଭାରତରେ ନିୟମିତ ବଢୁଛି ଦୈନିକ ସଂକ୍ରମିତ ସଂଖ୍ୟା; ୨୪ ଘଣ୍ଟାରେ ୧୩ ହଜାର ୫୮୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମିତ ସଂଖ୍ୟା ନିୟମିତ ବୃଦ୍ଧି ପାଇବାରେ ଲାଗିଛି, ଯାହା ଏକ ଚିନ୍ତାର ବିଷୟ। ସପ୍ତାହକ ତଳେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଭିତରେ ରହୁଥିବାବେଳେ ଏବେ ତାହା ୧୩ ହଜାର ଅତିକ୍ରମ କରିଛି। ଗତ ୧୬ ତାରିଖ ସକାଳୁ ୧୭ ତାରିଖ ସକାଳ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ପରେ ୧୭ ତାରିଖରୁ ୧୮ ତାରିଖ ସକାଳ ମଧ୍ୟରେ ୧୨ ହଜାର ୮୮୧ ଜଣ ଆକ୍ରାନ୍ତ ଠାବ ହୋଇଥିଲେ। ତେବେ ୧୮ ତାରିଖରୁ ୧୯ ତାରିଖ ସକାଳ ଅର୍ଥାତ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୫୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୩୫୨କୁ ବୃଦ୍ଧି ପାଇଛି। ଏହା ସହିତ ଦିନକରେ ୩୩୬ ପ୍ରାଣ ହରାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୨ ହଜାର ୫୭୩ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଦେଶରେ ୧ ଲକ୍ଷ ୬୩ ହଜାର ୨୪୮ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୪ ହଜାର ୭୧୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୨୦ ହଜାର ୫୦୪ ଜଣ ସଂକ୍ରମିତ ହୋଇଥିବାବେଳେ ୫୭୫୧ ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ୯୭୯କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୬୯ ରହିଛି। ତାମିଲନାଡୁରେ ୫୨ ହଜାର ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୨୫ ରୋଗୀଙ୍କ ମୃତ୍ୟୁ ଘଟିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories