www.samajalive.in
Saturday, December 13, 2025
14.1 C
Bhubaneswar

ଡା. ଲକ୍ଷ୍ମୀଧର ସାହୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଭାବେ ଡା. ଲକ୍ଷ୍ମୀଧର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ହସ୍ପିଟାଲର ଅଧୀକ୍ଷକ ଭାବେ ଡା. ବିରଞ୍ଚି ନାରାୟଣ ବାରିକଙ୍କୁ ଅବସ୍ଥାପିତ କରାଯାଇଛି। ଆଜି ଉଭୟ କାର୍ୟ୍ୟରେ ଯୋଗଦେବେ‌ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ପୁରୀ ସିଡିଏମ୍‌ଓ ଡା. ନୀଳକଣ୍ଠ ମିଶ୍ରଙ୍କୁ ବଦଳି କରାଯାଇ ରାଉରକେଲା ଜିଲା ହସ୍ପିଟାଲର ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଏବଂ ଅଧୀକ୍ଷକ ପଦ କିଛି ଦିନ ହେଲା ଖାଲିପଡ଼ିଥିଲା। କରୋନା ଚିକିତ୍ସା ସମୟରେ ହସ୍ପିଟାଲ ମୁଖ୍ୟ ନଥିବା ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଉଥିଲା। ବୌଦ୍ଧ ଜିଲା ହସ୍ପିଟାଲରେ ସିଡିଏମ୍‌ଓ ଭାବେ କାର୍ୟ୍ୟ କରୁଥିବା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଏବଂ ଖୋର୍ଦ୍ଧା ଜିଲା ହସ୍ପିଟାଲର ଭେଷଜ ବିଶେଷଜ୍ଞ ଡା. ବାରିକଙ୍କୁ ଅଧୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନା ଅନୁସାରେ ଗତ ମାସ ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ ପଦୋନ୍ନତି ହୋଇଥିବାବେଳେ ୩୦ ତାରିଖରେ ଅଧୀକ୍ଷକଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା।

Hot this week

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

Related Articles

Popular Categories