www.samajalive.in
Monday, December 8, 2025
16.1 C
Bhubaneswar

ଋଣ ଅର୍ଥ ଅସୁଲି ପାଇଁ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜୁଲୁମ ଅଭିଯୋଗ

ଦେବଗଡ : ଚିଟଫଣ୍ଡ ସଂସ୍ଥା ଖୋଲି ଗ୍ରାମାଂଚଳରେ ମହିଳା ମାନଙ୍କୁ ଉଚ୍ଚ ସୁଧ ହାରରେ ଋଣ ଯୋଗାଉଥିବା ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ସଂପ୍ରତି ଗ୍ରାମାଂଚଳରେ ଋଣ ଅସୁଲି ନାମରେ ମହିଳା ଗୋଷ୍ଠୀମାନଙ୍କୁ ମାନସିକ ଯନ୍ତ୍ରଣା ଦେବାସହ ଅସହ୍ୟ ଜୁଲୁମ କରୁଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ଗୈଶ୍ୟପଡା ଗ୍ରାମରେ ଶତାଧିକ ମହିଳାଙ୍କୁ ନେଇ ଗୋଷ୍ଠୀଗଠନ କରାଯାଇ ଅନ୍ନପୂର୍ଣ୍ଣା, ସମ୍ବନ୍ଧ,ଏସକେଏସ୍ ମାଇକକ୍ରୋଫାଇନାନ୍ସ , ସତିନ ଓ ସମସ୍ତ ଭଳି ବିଭିନ୍ନ ସ୍ମାଇକ୍ରୋ ଫାଇନାନ୍ସ ସଂସ୍ଥା ଚଢା ସୁଧ ହାରରେ ଋଣ ପ୍ରଦାନ କରିଥିବା ବେଳେ ପ୍ରତି ସପ୍ତାହରେ ଏଜେଣ୍ଟ ଙ୍କ ଜରିଆରେ ଋଣ ଅସୁଲି କରିଥାନ୍ତି। ମାତ୍ର ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକଡାଉନ ଘୋଷଣା ଯୋଗୁଁ ଗ୍ରାମାଂଚଳର ଜନସାଧାରଣଙ୍କ ରୋଜଗାର ଗୁରୁତର ଭାବେ  ପ୍ରଭାବିତ ହୋଇଛି। ଗ୍ରାମାଂଚଳର ପୁରୁଷ ଅନ୍ୟରାଜ୍ୟକୁ ଯାଇ ରୋଜଗାର କରିବା ସହ  ନିଜ ଘରକୁ କିଛି କିଛି ଟଙ୍କା ପଠାଉଥିବା ବେଳେ ଗତ ପ୍ରାୟ ୩ ମାସ ହେବ ଲକ ଡାଉନ ଯୋଗୁଁ ପ୍ରବାସୀ ମାନେ ନିଜ ଅଂଚଳକୁ ଫେରି ହାତ ବାନ୍ଧି ବସି ରହିଛନ୍ତି। ଏଭଳି ପରିସ୍ଥିତିରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କ ପକ୍ଷରୁ ଘରକୁ ଘର ବୁଲି ଋଣ ଅର୍ଥ ଅସୁଲି ପାଇଁ ଚାପ ଓ ବଳ ପ୍ରୟୋଗ କରୁଥିବା ଉକ୍ତ ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି।

- Advertisement -

ମାଇକ୍ରୋ ଫାଇନାନ୍ସ କର୍ମଚାରୀ ମାନଙ୍କ ବଳ ପୂର୍ବକ ଅର୍ଥ ଅସୁଲି କାରଣରୁ ଗ୍ରାମ ତଥା ସେମାନଙ୍କ ପରିବାରରେ ଅଶାନ୍ତି ଲାଗି ରହିଛି। ଏଣୁ  ଆଜି ଗୈଶ୍ୟପଡା ଗ୍ରାମର ମନ୍ଦାକିନୀ ଗଡତିଆଙ୍କ ନେତୃତ୍ୱରେ, ଅଞ୍ଜଳୀ ନାଏକ, ଅନୁରାଧା ନାଏକ, ଲିଲି ଗଡତିଆ, ରଂଜିତା ଗଡତିଆ, ଚହଟ ଗଡତିଆ, ଗୋମତୀ ଗଡତିଆ, ଗୀତା ନାୟକ ଓ ଜୁଲି ନାୟକଙ୍କ ସମେତ ବହୁ ମହିଳା ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ସେମାନଙ୍କୁ ଋଣ ପରିଶୋଧ ପାଇଁ ଅଧିକ ସମୟ ପ୍ରଦାନ ପଅଇଁ ଦାବି କରିଛନ୍ତି। ଏପରିକି ଲକଡାଉନ ପରିସ୍ଥିତିକୁ ବିଚାର କରି ସେମାନେ ନେଇଥିବା ଋଣ ଅର୍ଥର କିଛି ଅଂଶ ଛାଡ ପାଇଁ ସମ୍ପୃକ୍ତ ମାଇକ୍ରୋ ଫାଇନାନ୍ସ କମ୍ପାନ ଗୁଡିକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଥିବା ଜଣା ପଡିଛି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନଙ୍କୁ ଋଣ ପରିଶୋଧ ପାଇଁ ଗ୍ରାହାକଙ୍କୁ ଅଧିକ ସମୟ ଦେବା ସହ ସୁଧ ହାର ପରିବର୍ତ୍ତନ କରିଥିବା ବେଳେ ଗ୍ରାମାଂଚଳରେ ଘରୋଇ ମାଇକ୍ରୋ ଫାଇନାନ୍ସ ସଂସ୍ଥା ମାନଙ୍କ ଜୋର ଜୁଲୁମ ସରକାରୀ ନିର୍ଦ୍ଦେଶ ନାମାର ଖୋଲାଖୋଲି ଉଲ୍ଲଙ୍ଘନ କରୁଛି। ଏଣୁ ଜିଲ୍ଲା ପ୍ରଶାସନ ଆର୍ଥିକ ଅନଗ୍ରସର ଦେବଗଡ ଜିଲ୍ଲାରେ ବ୍ୟବସାୟ କରୁଥିବା ଘରୋଇ ମାଇକ୍ରୋ ଫାଇନାନ୍ସ ସଂସ୍ଥା ମାନଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍କୁଶ ଲଗାଇବାକୁ ବହୁ ମହିଳା ସଂଗଠନ ଦାବି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories