www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସହିଦ ଯବାନମାନଙ୍କୁ ମହମବତୀ ଶୋଭାଯାତ୍ରା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା କଂଗ୍ରେସ ଭବନଠାରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ଇଣ୍ଡୋ ଚାଇନା ସୀମାରେ ସହିଦ ହୋଇଥିବା ସମସ୍ତ ବୀର ଭାରତୀୟ ସୌନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍‍ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଉପରୋକ୍ତ ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ଜଟଣୀ ବିଧାୟକ  ସୁରେଶ କୁମାର ରାଉତରାୟ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ମହାରଥୀ ଏହି କଠିନ ସମୟରେ ସମଗ୍ର ଭାରତବର୍ଷ ଦଳମତ ନିର୍ବିଶେଷରେ ଦେଶର ସେନାବାହିନୀ ସହିତ ଛିଡା ହୋଇଅଛି କହିବା ସହିତ ଭାରତର ପ୍ରଧାନ ମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ କାଳବିଳମ୍ବ ନକରି ତତ୍‍କ୍ଷଣାତ ଚାଇନା ବିରୁଦ୍ଧରେ ସାମରୀକ ପଦକ୍ଷେପ ନେବାପାଇଁ ସେନାବାହିନୀକୁ ସଂପୂର୍ଣ୍ଣ କ୍ଷମତା ଦେବାପାଇଁ ଆହ୍ୱାନ ଦେଇଥିଲେ। ଉପରୋକ୍ତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ରଞ୍ଜିତ ପାତ୍ର, ସଂକୁନା କହଁର, ଦେବାଶିଷ ମହାପାତ୍ର, ସ୍ୱାଗତ କର, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ନଳିନୀ କାନ୍ତ ନାୟକ, ଜ୍ଞାନରଞ୍ଜନ ରାଉତ, ଚିନ୍ମୟ ପ୍ରଧାନ, ପ୍ରତାପ, ଶୁଭ୍ରଜିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories