www.samajalive.in
Monday, December 8, 2025
27.1 C
Bhubaneswar

ବାହା ଭୋଜିରେ ଗଣ୍ଡଗୋଳ: ଭାବୀ ଶଳା ଉପରେ ବଲେରୋ ମଡ଼ାଇ ଦେଲା ବର

ଫାରୁକାବାଦ (ଉତ୍ତରପ୍ରଦେଶ) : ବାହା ଭୋଜିରେ ଗଣ୍ଡଗୋଳ, ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ୍ । ତା ପରେ ଯାହା ହେଲେ ତାହା କେବେ କେଉଁଠି ଘଟି ନ ଥିବ । ବାହା ହେବାକୁ ଆସିଥିବା ବର ନିଶାରେ ଚୁର୍ ହୋଇ ଭାବୀ ଶଳା ଉପରେ ଗାଡ଼ି ମଡ଼ାଇ ଦେବା ଘଟଣା ଏଠାରେ ବେଶ୍ ଚର୍ଚା ସୃଷ୍ଟି କରିଛି ।

ସମସାବାଦ ଥାନା ଅଞ୍ଚଳର ଗୋବିନ୍ଦପୁରକୁ ବର ହୋଇ ଆସିଥିଲେ ମନୋଜ କୁମାର । ସୋମବାର ରାତିରେ ବର ଓ ବରଯାତ୍ରୀ ଆସି ଗୋବିନ୍ଦପୁରର ଅସଦଉଲ୍ଲା ଗାଁରେ ପହଞ୍ଚିଥିଲେ । ଅଧିକାଂଶ ବରଯାତ୍ରୀ ନିଶାରେ ଥିଲେ ଆଉ ବର ମନୋଜ କୁମାର ବି ବାଦ ପଡ଼ି ନ ଥିଲେ । ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ଖାଇବା ପିଇବା ବ୍ୟବସ୍ଥା ହୋଇଥିଲା । ମାତ୍ର ଏହାକୁ ନେଇ ମନୋଜଙ୍କ ସାଙ୍ଗସାଥୀ କନ୍ୟାପକ୍ଷର ଲୋକଙ୍କୁ ଗାଳିଗୁଲଜ କରିଥିଲେ ।

- Advertisement -

ଏହାପରେ କନ୍ୟାପକ୍ଷ ମଧ୍ୟ ଜବାବ ଦେବାକୁ ବାହାରି ଆସିଲେ । କନ୍ୟାର ଭାଇ ପୁନିତଙ୍କ କହିବା ଅନୁସାରେ ସେମାନେ ଅତ୍ୟନ୍ତ ଅଭଦ୍ର ବ୍ୟବହାର କଲେ । ଆମେ ତାହାକୁ ସହିଗଲୁ, ମାତ୍ର ଖାଇବା ବେଳେ ମିଠା ପରସାଯିବା ବେଳେ ସେମାନେ ଆମର ଜଣେ ସମ୍ପର୍କୀୟ ମାମୁଙ୍କୁ ଅଭଦ୍ର ବ୍ୟବହାର କଲେ । ଏହାପରେ ଗଣ୍ଡଗୋଳ ବଢ଼ି ଯାଇଥିଲା । ରାତି ପ୍ରାୟ ୩ଟା ବେଳେ  ବାହା ହେବାକୁ ଆସିଥିବା ମନୋଜ ଏସୟୁଭି ମଡ଼ାଇ ଦେବାରୁ ବରଯାତ୍ରୀଙ୍କୁ ପାଣି ଦେଉଥିବା ୯ ବର୍ଷର ପ୍ରାଂଶୁ (କନ୍ୟାର ଭାଇ) ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ବିମଳା (୫୦), ମିଥିଳେଶ (୩୫), ସ୍ବପ୍ନା (୧୭) ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଫାରୁଖାବାଦର ଲୋହିଆ ହସପିଟାଲରେ ଭର୍ତି କରାଯାଇଛି । ଏ ସମ୍ପର୍କରେ କନ୍ୟାର ବାପା ରାମପାଲ ଯାତଭ ଥାନାରେ ଏତଲା ଦେଇଛନ୍ତି । କାମାୟଗଞ୍ଜ ସର୍କଲ ଅଫିସର ରାଜବୀର ସିଂହ ଗୌର ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories