www.samajalive.in
Thursday, December 11, 2025
18.1 C
Bhubaneswar

ମୋଦୀଙ୍କୁ ନବୀନଙ୍କ ପ୍ରସ୍ତାବ: ଯୁକ୍ତ ୨ ପରୀକ୍ଷା ପରେ ହେଉ ଜାତୀୟ ପ୍ରବେଶିକା, ରେଳ-ବିମାନ ଚଳାଚଳ ଉପରେ ଲାଗୁ ପ୍ରତିବନ୍ଧକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କରୋନା ସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟର କରୋନା ସ୍ଥିତି ସଂପର୍କରେ ଅବଗତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶେଷ ଭାବରେ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଉଚ୍ଚଶିକ୍ଷା ଦୃଷ୍ଟିରୁ ଯୁକ୍ତ ୨ ପରୀକ୍ଷା ପରେ ଜାତୀୟ ପ୍ରବେଶିକା ପରୀକ୍ଷା କରାଯାଉ । ଏହା ଫଳରେ ଛାତ୍ରଛାତ୍ରୀମାନେ କ୍ଷତିଗ୍ରସ୍ତ ହେବେ ନାହିଁ ।

- Advertisement -

ସେହିଭଳି ଉପସାଗରୀୟ ରାଷ୍ଟ୍ରରେ ଅଟକି ରହିଥିବା ଓଡ଼ିଆଙ୍କ ମଧ୍ୟରୁ ଅଧିକାଂଶ ସେଠାରେ କମ ଦରମାରେ କାମ କରିଥାନ୍ତି ।ମାତ୍ର ଏବେ ଲକ୍ ଡ଼ାଉନ ଓ ବିମାନ ଚଳାଚଳରେ ପ୍ରତିବନ୍ଧକ ରହିଥିବାରୁ ସେମାନେ ଫେରି ପାରୁନାହାନ୍ତି । ତେଣୁ ପ୍ରବାସରେ ଅଟକି ରହିଥିବା  ଓଡ଼ିଆଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ସାଢ଼େ ୫ ଲ

ସେହିଭଳି ଜୁନ ମାସରେ ମୌସୁମୀ ବର୍ଷା ଆରମ୍ଭ ହେଉଥିବା ବେଳେ ଅଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି ତେଣୁ ବର୍ତ୍ତମାନ ପାଇଁ ଭାରତ ସରକାର ଓଡ଼ିଶାକୁ ରେଳ ଚଳାଚଳ ଓ ବିମାନ ସେବା ଉପରେ ପୂର୍ବଭଳି ପ୍ରତିବନ୍ଧକ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories