www.samajalive.in
Saturday, December 6, 2025
17.1 C
Bhubaneswar

ସରକାରୀ ଟେଣ୍ଡରରେ ଚାଇନିଜ୍‌ କମ୍ପାନୀଙ୍କୁ ନିଷେଧ ପାଇଁ ଏସଜେଏମର ଦାବି, ଚୀନ ଉତ୍ପାଦ ବର୍ଜନ କରିବାକୁ ଆହ୍ବାନ

ନୂଆଦିଲ୍ଲୀ: ସରକାରୀ ଟେଣ୍ଡରରେ ଅଂଶଗ୍ରହଣରୁ ଚାଇନିଜ୍‌ କମ୍ପାନୀଗୁଡ଼ିକୁ ନିଷେଧ କରିବା ଲାଗି ଆରଏସଏସ ଅନୁବନ୍ଧିତ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ(ଏସଜେଏମ) ଦାବି କରିଛି। ଲଦାଖର ଗଲୱାନ ଘାଟିରେ ଚୀନ ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏସଜେଏମ ସରକାରଙ୍କ ନିକଟରେ ଏହି ଦାବି କରିଛି। ଏହା ସହିତ ଚୀନ ଉତ୍ପାଦଗୁଡ଼ିକୁ ଦେଶବାସୀ ବର୍ଜନ କରିବା ଲାଗି ମଞ୍ଚ ଆହ୍ବାନ କରିଛି।

ଏସଜେଏମ୍‌ ଆବାହକ ଅଶ୍ଵନୀ ମହାଜନ କହିଛନ୍ତି, ଅଭିନେତା, କ୍ରିକେଟର ଏବଂ ଅନ୍ୟ ସେଲିବ୍ରିଟିମାନେ ଚୀନ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର ନ କରନ୍ତୁ। ସରକାରଙ୍କ ପକ୍ଷରୁ ଜାରି ହେଉଥିବା ଟେଣ୍ଡରଗୁଡ଼ିକରେ ଅଂଶଗ୍ରହଣ କରିବା ଲାଗି କୌଣସି ଚାଇନିଜ କମ୍ପାନୀଙ୍କୁ ଅନୁମତି ଦିଆ ନ ଯାଉ ଏବଂ କୌଣସି ଚୀନ ଉତ୍ପାଦ କିଣା ନ ଯାଉ ବୋଲି ମଞ୍ଚ ଅନୁରୋଧ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories