www.samajalive.in
Sunday, December 14, 2025
16.1 C
Bhubaneswar

ଜନଧନ ଟଙ୍କା ଉଠାଣ ପାଇଁ ଶତାୟୁ ମହିଳାଙ୍କୁ ଖଟରେ ଘୋଷାରି ନେବା ଘଟଣା, ବ୍ୟାଙ୍କ ଶାଖା ପରିଚାଳକ ନିଲମ୍ବିତ

ଖଡ଼ିଆଳ/ଭୁବନେଶ୍ବର : : ଜନଧନ ଖାତାରେ ମିଳିଥିବା ୩ ମାସର ୧୫୦୦ ଟଙ୍କା ଉଠାଣ ପାଇଁ ଜଣେ ଶତାୟୁ ମହିଳାଙ୍କୁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ଉପସ୍ଥିତ ହେବା ପାଇଁ କହିଥିବା ସଂପୃକ୍ତ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିରୋଧରେ ସୋମବାର କାର୍ଯ୍ୟାନୁଷ୍ଠାନ ହୋଇଛି। ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଅଜିତ କୁମାର ପ୍ରଧାନଙ୍କୁ ଆଜି ଏଥିପାଇଁ ନିଲମ୍ବିତ କରାଯାଇଛି। ଶତାୟୁ ବୃଦ୍ଧା ଲବେ ହରିଜନଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଇବା ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପ୍ରଧାନ କହିଥିଲେ। ଫଳରେ ଲବେଙ୍କ ୬୦ ବର୍ଷ ବୟସ୍କା ଝିଅ ପୁଞ୍ଜିମତୀ ଶିଖା ମା’ଙ୍କୁ ଏକ ଖଟିଆରେ ଶୁଆଇ ବ୍ୟାଙ୍କ ପର୍ଯ୍ୟନ୍ତ ଘୋଷାରି ଘୋଷାରି ଆଣିଥିବା ଖବର ସଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଗୁରୁତର ଭାବେ ନେଇଥିଲେ।
ଗତ ରବିବାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଶ୍ରୀ ପ୍ରଧାନଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି।
ସୂଚନାମତେ କରୋନା ପାଇଁ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଧନ ଖାତାଧାରୀ ମହିଳାମାନଙ୍କୁ ଏପ୍ରିଲ, ମେ ଏବଂ ଜୁନ ତିନି ମାସ ଲାଗି ମାସିକ ୫୦୦ ଲେଖାଁଏ ମୋଟ ୧୫୦୦ ଟଙ୍କା ସିଧାସଳଖ ଜନଧନ ଖାତାକୁ ହସ୍ତାନ୍ତର କରାଯାଇଛି। ଏହି କ୍ରମରେ ଶଯ୍ୟାଶାୟୀ ଲବେଙ୍କ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଥିବା ଖାତାରେ ମଧ୍ୟ ୩ ମାସର ୧୫୦୦ ଶହ ଟଙ୍କା ଜମା ହୋଇଥିଲା। ଟଙ୍କା ଉଠାଣ ଲାଗି ଝିଅ ପୁଞ୍ଜମତୀ ଶିଖା ବ୍ୟାଙ୍କକୁ ଯାଇ ତାଙ୍କ ମାଁ ଶଯ୍ୟାଶାୟୀ ଥିବାରୁ ବ୍ୟାଙ୍କ ପାସ୍‌ବୁକ୍‌ ସହିତ ଉଠାଣ ଫର୍ମ ଆଣିଥିବା କହି ଟଙ୍କା ଉଠାଣ ସକାଶେ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ; ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ବୃଦ୍ଧା ଜଣକ ବ୍ୟାଙ୍କକୁ ନ ଆସିଲେ ଟଙ୍କା ଦିଆଯିବ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ଫଳରେ ଝିଅ ପୁଞ୍ଜମତୀ ଶଯ୍ୟାଶାୟୀ ମାଆଙ୍କୁ ଖଟରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କକୁ ନେଇଥିଲେ। ଶେଷରେ ବ୍ୟାଙ୍କ ମ୍ୟାନେଜର ଶଯ୍ୟାଶାୟୀ ଲବେ ହରିଜନଙ୍କୁ ଦେଖି ଟଙ୍କା ଦେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories