www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠୁ ଘରକୁ ଘର କରୋନା ଖୋଜା

ଭୁବନେଶ୍ୱର : ରାଜ୍ୟରେ ଯେଭଳି ଜଣେ ହେଲେ ବି କରୋନା ଲକ୍ଷଣଧାରୀ ବାଦ୍ ନ ପଡ଼ନ୍ତି, ତାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଆସନ୍ତାକାଲି ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଘରକୁ ଘର ଏବଂ ସହରାଞ୍ଚଳରେ ବସ୍ତିର ପ୍ରତି ଘରେ କରୋନା ଲକ୍ଷଣଧାରୀଙ୍କୁ ଖୋଜାଯିବ ବୋଲି ଏନଏଚଏମ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।
ସୋମବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ କରୋନା ଖୋଜା ଅଭିଯାନର ମଙ୍ଗ ଧରିବେ ଆଶା ଦିଦି ଓ ଏଏନଏମ୍ କର୍ମଚାରୀମାନେ । ସେମାନେ ପ୍ରତ୍ୟେକ ଘରେ ପହଞ୍ଚି ଲୋକଙ୍କ ଲକ୍ଷଣ ପଚାରି ବୁଝିବେ। ପୂର୍ବରୁ ସରକାରଙ୍କ ପକ୍ଷରୁ ୯୫ ପ୍ରତିଶତ ବିନାଲକ୍ଷଣକାରୀଙ୍କ ନମୁନା ପରୀକ୍ଷା କରାଯାଉଥିଲା। ଏବେ ସରକାରଙ୍କ ରଣକୌଶଳ ବଦଳିଛି। ଏବେ ଖାଲି କରୋନା ଲକ୍ଷଣଯୁକ୍ତଙ୍କୁ ଚିହ୍ନଟ କରି ପରୀକ୍ଷା କରାଯିବ। ସଂପ୍ରତି କରୋନା ମହାମାରୀ ରାଜ୍ୟ ତଥା ଦେଶରେ ଊର୍ଦ୍ଧ୍ବମୁଖା ହୋଇ ମାଡି ଚାଲିଛି।

ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ସଙ୍ଗରୋଧ କେନ୍ଦ୍ର ସହିତ ସ୍ଥାନୀୟ କଣ୍ଟାକ୍ଟ ଓ ଲକ୍ଷଣ ଯୁକ୍ତଙ୍କୁ ପରୀକ୍ଷା ବେଳେ ଗୁରୁତ୍ବ ଦିଆଯାଉଛି। ତେବେ ଆଗାମୀ ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ସତର୍କ ରହିବା ସହ ଯଦି ସଂଯମତା ବଜାୟ ରଖିବେ ତେବେ ନିଶ୍ଚିତ ରୂପେ କରୋନାକୁ ଜିତିହେବ।
ସେ କହିଛନ୍ତି ଯେ ରାଜ୍ୟରେ ଏବେ ୨ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି। ପ୍ରଥମ ୫୦ହଜାର ନମୁନା ପରୀକ୍ଷା ପାଇଁ ୧ମାସ ଲାଗିଥିବାବେଳେ ଏବେ ୨ସପ୍ତାହରେ ୫୦ହଜାର ନମୁନା ପରୀକ୍ଷା କରାଯାଇପାରୁଛି। ଏଥିପାଇଁ ଏବେ ୧୦ଟି ଜିଲାରେ ୧୭ଟି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଲାଣି। ସେଥିମଧ୍ୟରେ ମାଲକାନାଗିରିର ମୈଥିଲି ମଧ୍ୟ ରହିଛି। ତେବେ ଭାରତରେ ପ୍ରତି ୧୦ଲକ୍ଷରେ ୪୩୦୫ ନମୁନା ପରୀକ୍ଷା କରାଯାଉଥିବାବେଳେ ରାଜ୍ୟରେ ୪୩୩୪ ନମୁନା ପରୀକ୍ଷା ହେଉଛି। ପୂର୍ବରୁ ରାଜ୍ୟରେ ବିନାଲକ୍ଷଣକାରୀଙ୍କ ନମୁନା ପରୀକ୍ଷା କରାଯାଉଥିଲା। ୨୦୦ରେ ଜଣେ ବାହାରୁଥିବାବେଳେ ଏବେ ଲକ୍ଷଣଧାରୀଙ୍କ ମଧ୍ୟରେ ୨୦ଜଣରେ ଜଣେ ବାହାରୁଛନ୍ତି।
ସେହିପରି ଭାରତରେ ପ୍ରତି ୧ଲକ୍ଷରେ ୨୫ଜଣ ପଜିଟିଭ ବାହାରୁଥିବାବେଳେ ମହାରାଷ୍ଟ୍ରରେ ୮୮, ନୂଆଦିଲ୍ଲୀରେ ୨୦୫ ରହିଛି। ହେଲେ ରାଜ୍ୟରେ ଏହା ମାତ୍ର ୯.୩ ରହିଛି। ସେହିପରି ଦିଲ୍ଲୀରେ ମୃତ୍ୟୁହାର ୬.୬ ରହିଥିବାବେଳେ ଭାରତରେ ୦.୭ ଏବଂ ଓଡ଼ିଶାରେ ୦.୦୩ ହାର ରହିଛି। ସବୁ ରାଜ୍ୟ ଅପେକ୍ଷା ଓଡ଼ିଶାର ମୃତ୍ୟୁହାର କମ୍ ରହିଛି। ସେହିପରି ଆରୋଗ୍ୟ ହାର ରାଜ୍ୟରେ ଦୁଇତୃତୀୟାଂଶ ରହିଥିବାବେଳେ ଭାରତରେ ୫୧ ପ୍ରତିଶତ ରହିଛି। ଓଡ଼ିଶାର ଏହି କରୋନା ନିୟନ୍ତ୍ରଣ ଚିତ୍ର ଏବେ ଦେଶର ନମୁନା ପାଲଟିଛି। ଓଡ଼ିଶାର ମଡେଲକୁ ସବୁ ରାଜ୍ୟ ଅନୁସରଣ କରୁଛନ୍ତି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।
ଏହି ଅବସରରେ ଆରଏମଆରସିର ନିର୍ଦେଶିକା ଡା. ସଂଘମିତ୍ରା ପତି କରୋନା ପରୀକ୍ଷାରେ ରାଜ୍ୟରେ ଗବେଷଣା କେନ୍ଦ୍ର କିଭଳି ଗୁରୁ ଭୂମିକା ନିର୍ବାହ କରିଛି ତାହା ଦର୍ଶାଇଥିଲେ। ସେ କହିଥିଲେ ଏବେ ସୁଦ୍ଧା ୭୫ହଜାର ନମୁନା ପରୀକ୍ଷା କରାଯାଇଥିବାବେଳେ ୯୭୯ ପଜିଟିଭ ବାହାରିଛନ୍ତି। ୩ମାସ ତଳେ ପ୍ରଥମ କରୋନା ଚିହ୍ନଟ ବେଳେ ଯେଉଁ ପ୍ରକ୍ରିୟା ଥିଲା ଏବେ ତାହା ବଦଳିଛି। ଭିଆରଡିଏଲ ମେସିନ ସହିତ କୋବାସ ମେସିନ କରୋନା ନମୁନା ପରୀକ୍ଷାରେ ସହାୟକ ହୋଇପାରୁଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories