www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟପ୍ରଦେଶରେ ଭାଇରାଲ ଭିଡିଓ ରାଜନୀତି; ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କର ଏକ ଭିଡିଓ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଏହି ଭିଡିଓକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରି ଅଡୁଆରେ ପଡ଼ିଛନ୍ତି। ଦିଗ୍‌ବିଜୟଙ୍କ ସମେତ ୧୧ ଜଣ ଏହି ଭିଡିଓକୁ ଶେୟାର କରିଥିଲେ। ଏବେ ସେମାନଙ୍କ ନାମରେ ଏତଲା ଦିଆଯାଇଛି। ଗତ ରବିବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚେତାବନୀ ଦେଇ କହିଥିଲେ ଯେ, ଏହି ଭିଡିଓକୁ ଭାଇରାଲ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ଅନୁସାରେ, ଶିବରାଜ ସିଂହ ଚୌହ୍ବାନ ବିରୋଧୀ ଦଳରେ ଥିବାବେଳେ ୨୦୨୦ ଜାନୁୟାରୀ ୧୨ରେ ତତ୍କାଳୀନ କମଲନାଥ ସରକାରର ମଦ ନୀତି ଉପରେ ୨ ମିନିଟ ୧୯ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଥିଲେ। ବର୍ତ୍ତମାନ ଉକ୍ତ ଭିଡିଓକୁ ଏଡିଟ୍‌ କରାଯାଇ ୯ ସେକେଣ୍ଡର ଏକ ଭିଡିଓ ପ୍ରସ୍ତୁତ କରାଯିବା ସହିତ ତାହାକୁ ଭାଇରାଲ କରାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିବରାଜ କହୁଛନ୍ତି ମଦର ପ୍ରସାର ଏତେମାତ୍ରାରେ କରିଦିଆଯାଉ ଯେମିତି ଏହାକୁ ସମସ୍ତେ ପିଇବେ ଏବଂ ଶୋଇ ରହିବେ। ଭିଡିଓଟି ଭାଇରାଲ ହେବା ପରେ ଶିବରାଜ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ।

- Advertisement -

ଗତ ରବିବାର ଅପରାହ୍ନ ୧ଟା ୫୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ଏହାକୁ ଶେୟାର କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ ୧୦ ଜଣ ମଧ୍ୟ ଏହାକୁ ଶେୟାର କରିଥିଲେ। ଭିଡିଓକୁ ନେଇ ବିବାଦ ବଢ଼ିବା ପରେ ଦିଗ୍‌ବିଜୟଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା ଦାୟର କରାଯାଇଛି। ପୁଲିସ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories