www.samajalive.in
Saturday, December 6, 2025
23.1 C
Bhubaneswar

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ……. ଆଜି ମୁମ୍ବଇରେ ହେବ ଅନ୍ତିମ ସଂସ୍କାର

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ବଲିଉଡ ଜଗତ ସହିତ ସାଧାରଣ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଛି। ସବୁବେଳେ ହସ ହସ ମୁହଁରେ ନଜର ଆସୁଥିବା ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ପୁଲିସର ରିପୋର୍ଟ ଅନୁସାରେ ସୁଶାନ୍ତ ଗତ କିଛି ମାସ ଧରି ଡିପ୍ରେସନରେ ଥିଲେ । ତେବେ ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ଜାଣିବା ପାଇଁ ମୁମ୍ବଇ ପୁଲିସ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ​‌ବେଳେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି । ତେବେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ବିଷ କିମ୍ବା ନିଶାଦ୍ରବ୍ୟର ପ୍ରଭାବ ରହିଥିଲା କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ମୁମ୍ବଇ ପୁଲିସ ତାଙ୍କର ଏକ ଅଙ୍ଗକୁ ଜେଜେ ହସ୍ପିଟାଲକୁ ପଠାଇଛି। ମୁମ୍ବଇ ପୁଲିସ ଜୋନ ୯ ଡିସିପି ଅଭିଷେଖ ତ୍ରିମୁଖୀ କହିଛନ୍ତି ଯେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରୁ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ । ଜେଜେ ହସ୍ପିଟାଲରୁ ତାଙ୍କ ରିପୋର୍ଟ ଆସିବାରେ ବାକିଅଛି ଏବଂ ପୁଲିସ ସୁଶାନ୍ତଙ୍କ ମୋବାଇଲର ପାସୱାଡ ସାଇବର ଏକ୍ସପର୍ଟଙ୍କ ଦ୍ବାରା ଖୋଲିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଡିସିପି ଅଭିଷେଖ କହିଛନ୍ତି । ବର୍ତ୍ତମାନ ପୁଲିସ ତାଙ୍କ ଗୃହ ସହାୟକ ଏବଂ ପଡୋଶୀଙ୍କ ପଚରାଉଚୁରା କରୁଛି ।

ଅନ୍ୟପଟେ ଆଜି ସୁଶାନ୍ତଙ୍କ ବାପା ବିହାରରୁ ମୁମ୍ବଇ ଯିବେ । ସୁଶାନ୍ତଙ୍କ ସଂପର୍କୀୟ ଭାଇ ଓ ବିଜେପି ବିଧାୟକ ନିରଜ ସିଂହ କହିଛନ୍ତି ଯେ, ଆଜି ସକାଳ ୧୧.୨୦ସମୟରେ ସୁଶାନ୍ତଙ୍କ ପିତାଙ୍କ ସହ ସେ ମୁମ୍ବାଇ ଯିବେ ।  ଏହାସହିତ ନିରଜ ସିଂହ ଏହା ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ମୁମ୍ବଇରେ କରାଯିବ । କାରଣ ସୁଶାନ୍ତଙ୍କ ସହ ଫିଲ୍ମ ଜଗତରେ କାମ କରୁଥିବା ତାଙ୍କ ବନ୍ଧୁମାନେ ଅନୁରୋଧ କରିଛନ୍ତି ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ମୁମ୍ବଇରେ ହେଉ । ଏହାପୂର୍ବରୁ ତାଙ୍କ ଶେଷକୃତ୍ୟ ବିହାରର ପାଟନାରେ କରାଯିବ ବୋଲି ଚର୍ଚ୍ଚା ହେଉଥିଲା ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories