www.samajalive.in
Friday, December 12, 2025
16.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକରେ ମ୍ରିୟମାଣ ବିରାଟ-ଅନୁଷ୍କା କହିଲେ ଏମିତି କଥା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ତାଙ୍କର ପ୍ରଶଂସକ ପାଇଁ କେବଳ ନୁହେଁ, ସାରା ବଲିଉଡ଼ ସ୍ତବ୍ଧ । ଏକ ସମ୍ଭାବନାପୂର୍ଣ୍ଣ ଉଦୀୟମାନ ଚିତ୍ର ତାରକାଙ୍କୁ ବଲିଉଡ଼୍ ହରାଇଛି । ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ ଜଗତ ମଧ୍ୟ ସୁଶାନ୍ତଙ୍କ ଦୁଃଖରେ ମ୍ରିୟମାଣ। ଭାରତର କିମ୍ବଦନ୍ତୀ କ୍ରିକେଟଖେଳାଳୀ ମହେନ୍ଦ୍ରସିଂହ ଧୋନୀଙ୍କ ଭୂମିକାରେ ଅଭିନୟ କରି ସୁଶାନ୍ତ କ୍ରିକେଟ ଦୁନିଆରେ ମଧ୍ୟ ନିଜର ସ୍ଥାନ ଜାହିର କରି ସାରିଥିଲେ । ମାତ୍ର ତାଙ୍କର ମୃତ୍ୟୁ କ୍ରିକେଟ୍ ଜଗତକୁ ମଧ୍ୟ ଦୁଃଖ ଦେଇଛି । ସୁଶାନ୍ତଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଶୋକ ପ୍ରକାଶ କରିଛନ୍ତି।

- Advertisement -

ସୁଶାନ୍ତଙ୍କ ବିୟୋଗକୁ ମୁଁ ବିଶ୍ୱାସ କରିପାରୁନି କି ସହି ମଧ୍ୟ ହେଉନାହିଁ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଭଗବାନ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଏ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ଦିଅନ୍ତୁ  ବୋଲି ବିରାଟ ଟ୍ବିଟ୍ କରିଛନ୍ତି ।

ଧୋନିଙ୍କ ବାୟୋପିକରେ ଅଭିନୟ କରିବା ବେଳେ ସୁଶାନ୍ତ ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ସଂସ୍ପର୍ଶରେ ଆସିଥିଲେ  । ଆଉ ଫିଲ୍ମ ରିଲିଜ୍ ହେବା ପରେ ସେ ତାଙ୍କର ଦମଦାର ଅଭିନୟ ନିମନ୍ତେ ପ୍ରଶଂସିତ ହୋଇଥିଲେ । ସେହିପରି ପିକେ ଚଳଚ୍ଚିତ୍ରରେ ସୁଶାନ୍ତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ବିପକ୍ଷରେ ଅଭିନୟ କରିଥିଲେ ।

ଅନ୍ୟପକ୍ଷରେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଗଭୀର ଦୁଃଖବ୍ୟକ୍ତ କରିଛନ୍ତି । ସୁଶାନ୍ତଙ୍କୁ ଜଣେ ଅତି ବଢ଼ିଆ ଅଭିନେତା ଭାବରେ ବର୍ଣନା କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories