www.samajalive.in
Wednesday, December 10, 2025
26.1 C
Bhubaneswar

ଫିଲ୍ମରେ ପୁଅକୁ ଆତ୍ମହତ୍ୟା କରିବାକୁ ବାରଣ କରୁଥିବା ସୁଶାନ୍ତ ବାସ୍ତବ ଜୀବନରେ…….

ମୁମ୍ବଇ : ଗତ ବର୍ଷ ଅର୍ଥାତ୍ ସେପ୍ଟେମ୍ବର ୨୦୧୯ରେ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଯାହାର ନାମ ନାମ ଥିଲା ‘ଛିଛୋରେ’ । ଏଥିରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ନୀତେଶ ତିୱାରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ନୀତେଶ ତିୱାରୀ ଯିଏ ଡଙ୍ଗଲ ଏବଂ ଚିଲାର ପାର୍ଟି ଭଳି ହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ‘ଛିଛୋରେ’ରେ ଯୋକୌଣସି ପରିସ୍ଥିତିରେ ମଧ୍ୟ ଭାଙ୍ଗି ନ ପଡି ପରିସ୍ଥିତିର ସାମ୍ନା କରିବାକୁ ନିଜ ପୁଅକୁ ସିଖାଉଥିବା ସୁଶାନ୍ତ ଆଜି ବାସ୍ତବ ଜୀବରେ ଆତ୍ମହତ୍ୟାର ବାଟ ବାଛିଛନ୍ତି। ସୁଶାନ୍ତଙ୍କ ବିୟୋଗରେ ସମ୍ପୂର୍ଣ୍ଣ ବଲିଉଡ ଜଗତ ସହିତ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି।
‘ଛିଛୋରେ’ ଚଳଚ୍ଚିତ୍ରରେ ସୁଶାନ୍ତ ଜଣେ ଛାଡପତ୍ର ପ୍ରାପ୍ତ ସ୍ବାମୀ ଭୂମିକାରେ ଅଭିନୟ କରିଥିଲେ, ଏଥିରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ ଶକ୍ତି କପୁରଙ୍କ ଲାଡଲି ଶ୍ରଦ୍ଧା କପୁର। ଏଥିରେ ଛାଡପତ୍ର ପରେ ତାଙ୍କର ଗୋଟିଏ ବୋଲି ପୁଅ ପିତା ଶୁସାନ୍ତଙ୍କ ପାଖରେ ରହୁଥିଲା। ତାଙ୍କ ପୁଅ ପାଠକୁ ନେଇ ଚାପରେ ରହୁଥିଲେ। କାହାଣୀରେ ଯେତେବେଳେ ପୁଅ ବିଫଳ ହୁଏ, ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରେ। ଯେତେବେଳେ ପୁଅ ଆଇସିୟୁରେ ଥାଏ, ସୁଶାନ୍ତ ଜଣେ ପିତା ଭାବରେ ନିଜ ପୁଅକୁ କହିଥିଲେ ଯେ, ସେ କଲେଜ ଜୀବନରେ କିପରି ପଛରେ ଥିଲେ, କିନ୍ତୁ ସେ ବଞ୍ଚିବାକୁ ସାହସ ଛାଡି ନଥିଲେ ଏବଂ ପରେ ଟପ୍ପର ହୋଇଥିଲେ। ଏହି ଚଳଚ୍ଚିତ୍ରଟି ସୁପର ଟୁପର ହିଟ୍ ହେବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories