www.samajalive.in
Sunday, December 14, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀ-ମିତ୍ତଲଙ୍କ ଭିଡିଓ କନ୍‌ଫରେନ୍ସିଂ ; ୨ ହଜାର କୋଟି ବିନିଯୋଗ

ଭୁବନେଶ୍ବର :  ପ୍ରମୁଖ ଶିଳ୍ପ ସଂସ୍ଥା ଆର୍ସେଲର ମିତ୍ତଲ ଓଡ଼ିଶାରେ ଥିବା ନିଜ କାରଖାନାର କ୍ଷମତା ବୃଦ୍ଧି କରିବ। ଏଥିପାଇଁ କମ୍ପାନୀ ଓଡ଼ିଶାରେ ୨ ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବ। ଶନିବାର ଆର୍ସେଲର ମିତ୍ତଲ ଗ୍ରୁପ୍‌ର ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଭିଡ଼ିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଥିଲେ। ଅପରପକ୍ଷେ ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟର ମୂଲ୍ୟାୟନ ଏହି ଠାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ପରାମର୍ଶ ଦେଇଥିଲେ। ଏହା ଦ୍ବାରା ଓଡ଼ିଶାରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୀତିର ଅଭିବୃଦ୍ଧି ଘଟିବ। ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ଯେପରି ଦକ୍ଷତାର ସହ ପଦକ୍ଷେପ ନେଉଛନ୍ତି ତାହାକୁ ଶ୍ରୀ ମିତ୍ତଲ ପ୍ରଶଂସା କରିଥିଲେ।
ସମ୍ପ୍ରତି କୋଭିଡ୍-୧୯ ପାଇଁ ସମଗ୍ର ବିଶ୍ବ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଶିଳ୍ପଜଗତକୁ ସହଯୋଗ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିତ୍ତଲ ସାଧୁବାଦ ଜଣାଇଥିଲେ। ଆର୍ସେଲର୍ ମିତ୍ତଲ ଓ ନିପନ୍ ଷ୍ଟିଲ୍ ଦ୍ବାରା ପରିଚାଳିତ ପାରାଦ୍ବୀପର ପେଲେଟ୍ ପ୍ଲାଣ୍ଟର କ୍ଷମତା ବାର୍ଷିକ ୬ ମେଟ୍ରିକ୍ ଟନ୍‌ରୁ ୧୨ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଡ଼ାବୁନା ଠାରେ ଥିବା ପ୍ଲାଣ୍ଟର କ୍ଷମତା ବାର୍ଷିକ ୫ ମେଟ୍ରିକ୍ ଟନ୍‌ରୁ ୧୬ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଁ ଯୋଜନା ରହିଛି। ଏସବୁ ପ୍ରକଳ୍ପ ବାବଦରେ କମ୍ପାନୀ ଓଡ଼ିଶାରେ ଦୁଇ ହଜାର କୋଟି ଟଙ୍କା ବିନିଯୋଗ କରିବ। ଏହି ପରିପ୍ରେକ୍ଷୀରେ ତାଙ୍କ କମ୍ପାନୀ ପକ୍ଷରୁ ନିଲାମ୍‌ରେ ନିଆଯାଇ ଥିବା ସାଗାସାହୀ ଓ ଠାକୁରାଣୀ ଖଣିର ଲିଜ୍ ଯେପରି ସ୍ବଚ୍ଛତାର ସହ ସମ୍ପନ୍ନ ହେଲା ତାହା ବିଶ୍ବସ୍ତରରେ ନୂଆ ବେଞ୍ଚମାର୍କ ସ୍ଥାପନ କରିଛି ବୋଲି ଶ୍ରୀ ମିତ୍ତଲ ପ୍ରକାଶ କରିଥିଲେ। ଆର୍ସେଲର୍ ମିତ୍ତଲ ଓ ନିପନ୍ ଷ୍ଟିଲ୍ ଗତ ଡିସେମ୍ବର ମାସରୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶକ୍ରମେ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ପ୍ରକଳ୍ପ ଓ ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରିଛି। ଏହା ଦ୍ବାରା ଭାରତରେ ୭୦ ବିଲିୟନ୍ ଆମେରିକୀୟ ଡଲାର୍‌

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories