
୧୯୨୫ ମସିହା ଜୁନ୍ ୧୨ତାରିଖରେ ଏକ ନିମ୍ନ ମଧ୍ୟବିତ୍ତ କୈବର୍ତ୍ତ ପରିବାରରେ ପିତା ହରେକୃଷ୍ଣ ସାମଲ ଓ ମାତା ପଦ୍ମାବତୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ନନ୍ଦକିଶୋର ସାମଲ। ବୃତ୍ତିରେ ଶିକ୍ଷକ ହେଲେ ମଧ୍ୟ ପ୍ରବୃତ୍ତିରେ ସେ ଥିଲେ ଜଣେ ଉଚ୍ଚକୋଟୀର ସାରସ୍ବତ ସ୍ରଷ୍ଟା। ମୁଖ୍ୟତଃ ଗୀତିକବିତା, ନାଟକ, ଶିଶୁସାହିତ୍ୟ ରଚନାରେ ତାଙ୍କର ପାରଦର୍ଶିତା ଥିଲା ଅସାଧାରଣ। ଶିଶୁସାହିତ୍ୟର ଗତାନୁଗତିକ ରୀତିକୁ ପରିହାର କରି ସେ ବାସ୍ତବତାକୁ ଗୁରୁତ୍ବ ଦେଇଥିଲେ। ତାଙ୍କ ସାହିତ୍ୟସାଧନାର ସ୍ବୀକୃତିସ୍ବରୂପ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ‘ଗୋକର୍ଣ୍ଣିକା ସମ୍ମାନ’, ‘ଝୁମୁକା ପୁରସ୍କାର’ ପରି ସମ୍ମାନରେ ସମ୍ମାନିତ। ସେହି ଯୋଗଜନ୍ମା ସାହିତ୍ୟିକଙ୍କ ୯୬ତମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି।
-ଡକ୍ଟର ସୁନାମଣି ରାଉତ



