ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ଏକ ବସ୍ତିରେ ଏକ ହତ୍ୟାକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଜଣେ ରାଜମିସ୍ତ୍ରୀଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘର ସାମ୍ନାରେ ବସିଥିବା ସମୟରେ ଉକ୍ତ ରାଜମିସ୍ତ୍ରୀଙ୍କୁ ଦୁର୍ବୃତ ଅତର୍କିତ ଆକ୍ରମଣ କରିଥିଲେ। ସମ୍ପୃକ୍ତ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ନେଇ ସୂଚନା ମିଳିଛି।
Popular Categories



