ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥନେଲେ କୋନରାଡ୍‌ ସାଙ୍ଗମା

0

ଶିଲିଂ:  ନ୍ୟାସନାଲ ପିପୁଲସ୍‌ ପାର୍ଟିର  ଅଧ୍ୟଷ କୋନେରାଡ ସାଙ୍ଗମା ମଙ୍ଗଳବାରରେ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମେଘାଳୟର ରାଜ୍ୟପାଳ ଗଙ୍ଗା ପ୍ରସାଦ ରାଜ୍ୟରେ ସରକାର ଗଠନ ପାଇଁ କୋନରାଡ୍‌ଙ୍କୁ ଆମନ୍ତ୍ରୀତ କରିଥିଲେ । ପାଞ୍ଚଟି ଦଳ ଓ ନିର୍ଦଳୀୟଙ୍କ ସମର୍ଥନରେ  କୋନରାଡ୍‌ଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଗଠିତ ହୋଇଛି ।

କୋନରାଡ୍‌ ଷପଥ ଗ୍ରହଣ କରିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଗୃହମନ୍ତ୍ରୀ ରାଜନାଥ ସିଂ  ଉପସ୍ଥିତ ଥିଲେ । କୋନରାଡ୍‌ ସାଙ୍ଗମା ତାଙ୍କ ନିକଟରେ ଆବଶ୍ୟକୀୟ ବହୁମତ ଥିବା କଥା ପ୍ରକାଶ କରିଛନ୍ତି । ସେହିପରି କୋନରାଡ୍‌ଙ୍କ ନିକଟରେ ୩୪ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା ରାଜଭବନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

୬୦ ବିଧାୟକ ବିଶିଷ୍ଟ ଏହି ବିଧାନ ସଭାରେ ତାଙ୍କ ନିକଟରେ ୩୪ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା କୋନରାଡ୍ ଦାବି କରିଥିଲେ । ଏହାର ପ୍ରମାଣ ସ୍ୱରୂପ ସେ ୩୪ ବିଧାୟକଙ୍କର ଦସ୍ତଖତ ଥିବା ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । କୋନରାଡଙ୍କ ସମର୍ଥନରେ ଏନ୍‌ପିପିର ୧୯ ଜଣ ବିଧାୟକ ଥିବା ବେଳେ ୟୁନାଇଟେଡ୍‌ ଡେମୋକ୍ରେଟିକ ପାର୍ଟିର ୬ ଜଣ, ପିପୁଲସ୍‌ ଡେମୋକ୍ରାଟିକ ପାର୍ଟିର ୪ ଜଣ, ୨ଜଣ ହିଲ ଷ୍ଟେଟ ଡେମୋକ୍ରେଟିକ ପାର୍ଟିର,  ବିଜେପିର ୨ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି

Leave A Reply