www.samajalive.in
Wednesday, December 10, 2025
23.1 C
Bhubaneswar

ଭାଙ୍ଗିଲେ କୋବିଦ ଆଇନ: ରାଜଧାନୀର ୨୦ ଦୋକାନରେ ତାଲା ଠୁଙ୍କିଲା ବିଏମସି

ଭୁବନେଶ୍ବର: କୋବିଦ ଆଇନ ଭାଙ୍ଗିବା ମହଙ୍ଗା ପଡ଼ିଛି ରାଜଧାନୀର କିଛି ଦୋକାନୀଙ୍କୁ । ବିଏମସି ଓ ବିଡ଼ିଓ ମିଳିତ ଭାବରେ ଚଢ଼ଉ କରି ଏହି ଦୋକାନଗୁଡ଼ିକରେ ତାଲା ଠୁଙ୍କିଛି । ବିଏମସି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । କୋବିଦ ସମୟରେ ସାମାଜିକ ଦୂରତ୍ବ ପାଳନ କରିବା, ମୁହଁରେ ମାସ୍କ ପିନ୍ଧିବା ସହ ଅନ୍ୟାନ୍ୟ କଟକଣା ରହିଛି । ଦୋକାନ ଓ ମଲ ଖୋଲିବା ନିମନ୍ତେ ଅନୁମତି ଦିଆଯାଇଥିଲେ ହେଁ ଏଥିପାଇଁ ବିଭିନ୍ନ ସର୍ତ ରଖାଯାଇଛି । ମାତ୍ର ଏହି ସର୍ତ ପାଳନ କରୁ ନଥିବା ଅଭିଯୋଗରେ ଏହି ଦୋକାନଗୁଡ଼ିକୁ ବନ୍ଦ କରାଯାଇଛି । ସେହିପରି ସହିଦନଗର ଅଞ୍ଚଳରେ୨ଟି ହୋଟେଲକୁ ମଧ୍ୟ ସିଲ୍ କରାଯାଇଥିବା ସୂଚନା ମିଳିଛି ।

- Advertisement -

ଅମ୍ବର, ବିଶାଲ ମେଗା ମାର୍ଟ, ମା’ ତାରିଣୀ ବସ୍ତ୍ରାଳୟ, ଲିଙ୍ଗରାଜ ଲସି, ଭାଇଭାଇ ଟିଫିନ୍ ଷ୍ଟଲ୍, ଓମଫେଡ ଷ୍ଟଲ ନିୟମ ଭାଙ୍ଗିଥିବାରୁ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ଏହି ଦୋକାନ ଗୁଡିକରେ ନିୟମ ଉଲ୍ଲଙ୍ଘନ କରିବାର ଅଭିଯୋଗ ହେବାରୁ ବାଧ୍ୟ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ତେଣୁ ଦୋକାନଗୁଡ଼ିକ କୋବିଦ ନିୟମ ମାନିବାକୁ ବିଡ଼ିଏ ଓ ବିଏମସି ସତର୍କ କରାଇ ଦେଇଛି । ହୋଟେଲ ଓ ଜଳଖିଆ ଦୋକାନ ନିକଟରେ ବା ଭିତରେ କେହି ଖାଇ ପାରିବେ ନାହିଁ । ଯେଉଁମାନେ ସେଠାରେ ଖାଇବେ ସେମାନଙ୍କ ବିରୋଧରେ ଓ ଖାଦ୍ୟ ବିକ୍ରି କରୁଥିବା ଦୋକାନ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । 

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories