www.samajalive.in
Friday, December 12, 2025
16.1 C
Bhubaneswar

ଅଢେଇ ମାସରେ ୧୭୫ ନିୟୁତ ଟନ ସାମଗ୍ରୀ ପହଞ୍ଚାଇଛି ରେଳ

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀ ଜନିତ ଦେଶରେ ଲକ୍‍ଡାଉନ୍‍ ସମୟରେ ରେଳ ବିଭାଗ ଉଭୟ ଜନସାଧାରଣ ଏବଂ ଶିଳ୍ପଗୁଡ଼ିକର ଆବଶ୍ୟକତା ପୂରଣ କରିବାରେ ସଫଳତା ହାସଲ କରିଛି। ଏପ୍ରିଲ୍‍ ମାସ ତୁଳନାରେ ମେ ମାସରେ ରେଳ ବିଭାଗ ୨୫ ଭାଗ ଅଧିକ ସାମଗ୍ରୀ ପରିବହନ କରିଥିବା ସୂଚନା ମିଳିଛି। ଏପ୍ରିଲ୍‍ ମାସରେ ୬୫ ଦଶମିକ ୧/୪ ନିୟୁତ ଟନ୍‍ ଏବଂ ମେ ମାସରେ ୮୨ ଦଶମିକ ୨/୭ ନିୟୁତ ଟନ୍‍ ସାମଗ୍ରୀ ପରିବହନ ସହ ଏପର୍ଯ୍ୟନ୍ତ ୧୭୫ ଦଶମିକ ୪/୬ ନିୟୁତ ଟନ୍‍ ସାମଗ୍ରୀ ପରିବହନ କରିଛି।

୨୨ ମାର୍ଚ୍ଚଠାରୁ ଆଜି ପର୍ଯ୍ୟନ୍ତ ୩ ହଜାର ୮୭୧ଟି ପାର୍ଶଲ୍‍ ଟ୍ରେନରେ ପାଖାପାଖି ୧ ଲକ୍ଷ ୩୭ ହଜାର ଟନ୍‍ ସାମଗ୍ରୀ ସହ ଔଷଧ ପତ୍ର, ଖାଦ୍ୟଶସ୍ୟ ଏବଂ କୃଷିଜାତ ସାମଗ୍ରୀ ନିରବଚ୍ଛିନ୍ନ ଭାବେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ରେଳବାଇ ପକ୍ଷରୁ ଲକ୍‍ଡାଉନ୍‍ କାଳରେ ଦିଲ୍ଲୀ, ମୁମ୍ବାଇ, କୋଲ୍‍କାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ପ୍ରମୁଖ ସହରଗୁଡ଼ିକୁ ନିୟମିତ ଟ୍ରେନ୍‍ ଚଳାଚଳ ସହ ସମସ୍ତ ରାଜ୍ୟ ରାଜଧାନୀ ସହ ସଂଯୋଗ ସ୍ଥାପନ କରିବାରେ ସଫଳ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories