www.samajalive.in
Saturday, December 6, 2025
16.1 C
Bhubaneswar

ହାତୀ ପରେ ମଣିଷ: ବିସ୍ଫୋରକକୁ ଖାଦ୍ୟ ଭାବି ଖାଇଦେଲା ନାବାଳକ, ଚାଲିଗଲା ଜୀବନ

ଚେନ୍ନାଇ: କେରଳରେ ଏକ ଗର୍ଭିଣୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରି ଖୁଆଇ ହତ୍ୟା କରାଯିବା ଘଟଣା ମନରୁ ନ ଲିଭୁଣୁ ତାମିଲନାଡୁରେ ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏଥର ବିସ୍ଫୋରକର ଶିକାର ହୋଇଛି ଜଣେ ୬ ବର୍ଷର ନାବାଳକ। ଖାଦ୍ୟ ଭଳି ଦିଶୁଥିବା ବିସ୍ଫୋରକ ଖାଇଦେବାରୁ ନାବାଳକର ମୃତ୍ୟୁ ଘଟିଛି। ତିରୁଚିରାପଲ୍ଲୀ ନିକଟ ଅଲାଗରାଇ ଗ୍ରାମରେ ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ମୃତ ନାବାଳକର ବାପା ସମେତ ୩ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ୩ ଜଣ ବ୍ୟକ୍ତି କାବେରୀ ନଦୀରେ ମାଛ ମାରିବା ପାଇଁ ସ୍ବଦେଶୀ ନିର୍ମିତ ଜିଲାଟିନ ବିସ୍ଫୋରକ କିଣିଥିଲେ। ସେଥିରୁ ୨ଟିକୁ ବ୍ୟବହାର କରିଥିଲେ। ଆଉ ଗୋଟିଏ ଜିଲାଟିନ୍‌ ଭର୍ତ୍ତି ବିସ୍ଫୋରକକୁ ଭୂପାଥି ନାମକ ବ୍ୟକ୍ତି ନିଜ ଘରେ ରଖିଥିଲେ। ଭୂପାଥିଙ୍କ ପୁଅ ନିଜ ଘରେ ଖେଳୁଥିବାବେଳେ ଏହି ବିସ୍ଫୋରକକୁ ଦେଖିଥିଲା। ସେ ତାହାକୁ ଖାଦ୍ୟ ଭାବି ଚୋବାଇ ଦେଇଥିଲା। ଫଳରେ ତା’ ପାଟିରେ ବିସ୍ଫୋରଣ ଘଟିଥିଲା ଏବଂ ମୁହଁରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା। ଭୂପାଥି ନିଜ ପୁଅକୁ ହସ୍ପିଟାଲ ନେବା ବାଟରେ ତା’ର ମୃତ୍ୟୁ ଘଟିଥିଲା। ଏହା ପରେ ପୁଲିସକୁ ଘଟଣା ସମ୍ପର୍କରେ ନ ଜଣାଇ ଭୂପାଥି ଏବଂ ତାଙ୍କ ସାଙ୍ଗମାନେ ପୁଅର ଅନ୍ତିମ ସଂସ୍କାର କରିଦେଇଥିଲେ। ପୁଲିସ ଏହା ଜାଣିବା ପରେ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories