www.samajalive.in
Friday, December 12, 2025
16.1 C
Bhubaneswar

କୋଭିଡ୍‍-୧୯ ସମୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମହିଳା କମିଶନଙ୍କ ପତ୍ର

ନୂଆଦିଲ୍ଲୀ : କୋଭିଡ୍‍-୧୯ ସମୟରେ ଗର୍ଭବତୀ ମହିଳାମାନଙ୍କର ଚିକିତ୍ସା ପାଇଁ ହସ୍ପିଟାଲ୍‍ଗୁଡ଼ିକ ଦ୍ୱାରା ମନା କରାଯାଉଥିବା ବିଷୟରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହାଦ୍ୱାରା ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଶ୍ରୀମତୀ ଶର୍ମା ତାଙ୍କର ଚିଠିରେ ଲେଖିଛନ୍ତି,ଗର୍ଭବତୀ ମହିଳାମାନଙ୍କ ପ୍ରସୂତୀ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଆମ୍ବୁଲାନ୍ସ ନାହିଁ ଓ ସେମାନଙ୍କୁ ଅନେକ ସ୍ଥଳେ ହସ୍ପିଟାଲରେ ଭର୍ତ୍ତି କରିବାକୁ ମନା କରାଯାଉଥିବା ଘଟଣାମାନ ନଜରକୁ ଆସିଛି।

ଏ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଭିଡ୍‍ ବ୍ୟତୀତ ଅନ୍ୟ ଆମ୍ବୁଲାନ୍ସ ସେବା ଯୋଗାଣକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କମିଶନ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାରମାନେ ସେମାନଙ୍କର ସ୍ୱାସ୍ଥ୍ୟ ବିଭାଗକୁ ଏ ଦିଗରେ ସଚେତନ କରାଇପାରିବେ। ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ଏକ ହେଲ୍ପଲାଇନ୍‍ ନମ୍ବର ସ୍ଥାପନ ଲାଗି ମଧ୍ୟ ଶ୍ରୀମତୀ ଶର୍ମା ଅନୁରୋଧ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories