www.samajalive.in
Monday, December 15, 2025
26.1 C
Bhubaneswar

ଲକଡାଉନ ସମୟରେ ୩୬.୦୨ ଲକ୍ଷ ଦାବି ସମାଧାନ କଲା ଇପିଏଫଓ

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନ ସମୟରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ଅଧୀନସ୍ଥ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଏହାର ସଦସ୍ୟମାନଙ୍କର ୩୬.୦୨ ଲକ୍ଷ ଦାବି ସମାଧାନ କରିଛି । ତେବେ ଏପ୍ରିଲ ଏବଂ ମେ’ ଦୁଇ ମାସ ମଧ୍ୟରେ ଦାବି ବାବଦ ମୋଟ ୧୧,୫୪୦ କୋଟି ଟଙ୍କା ସଦସ୍ୟମାନଙ୍କୁ ପଇଠ କରାଯାଇଛି। ଏଥିମଧ୍ୟରୁ, ୪୫୮୦ କୋଟି ଟଙ୍କାର ୧୫.୫୪ ଲକ୍ଷ ଦାବିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅନ୍ତର୍ଗତ ପୂରଣ କରାଯାଇଛି ଯାହାକି କୋଭିଡ-୧୯ ସଙ୍କଟ ସମୟରେ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ କରାଯାଇଛି। କୋଭିଡ-୧୯ର କଠିନ ସମୟରେ ଭବିଷ୍ୟନିଧିର ଅଗ୍ରୀମ ଉଠାଣ ସୁବିଧା ଫଳରେ ଇପିଏଫଓ ସଦସ୍ୟ, ବିଶେଷ କରି ପନ୍ଦର ହଜାର ଟଙ୍କାରୁ କମ ମାସିକ ବେତନ ପାଉଥିବା କର୍ମଚାରୀମାନେ ଯଥେଷ୍ଟ ଲାଭବାନ ହୋଇଛନ୍ତି। ଏହାର ଅନ୍ତର୍ଗତ ସଦସ୍ୟମାନେ ତିନି ମାସର ମୂଳ ବେତନ ଏବଂ ମହଙ୍ଗା ଭତ୍ତା କିମ୍ବା ସେମାନଙ୍କ ଇପିଏଫ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ, ଏଥିମଧ୍ୟରୁ ଯାହା କମ ହୋଇଥିବ ତାହାର ଉଠାଣ ସୁବିଧା ପାଇପାରିଛନ୍ତି। ଲକଡାଉନ ସମୟରେ ଯେଉଁ ସଦସ୍ୟମାନଙ୍କ ଦାବି ପୂରଣ କରାଯାଇଛି ସେମାନଙ୍କ ମଧ୍ୟରୁ ୭୪ ପ୍ରତିଶତରୁ ଅଧିକ ଲୋକ ମାସିକ ପନ୍ଦର ହଜାର ଟଙ୍କାରୁ କମ ବେତନ ପାଉଛନ୍ତି। ଅନ୍ୟପଟେ ପଚାଶ ହଜାର ଟଙ୍କାରୁ କମ ଦରମା ପାଉଥିବା ମାତ୍ର ୨ ପ୍ରତିଶତ ଲୋକ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ନିମନ୍ତେ ଆବେଦନ କରିଛନ୍ତି। ମୋଟ ପୂରଣ କରାଯାଇଥିବା ଦାବି ମଧ୍ୟରୁ ୨୪ ପ୍ରତିଶତ ଲୋକଙ୍କ ଦରମା ପନ୍ଦର ହଜାର ଟଙ୍କାରୁ ପଚାଶ ହଜାର ଟଙ୍କା ମଧ୍ୟରେ ରହିଛି। କୋଭିଡ-୧୯ର ଅଗ୍ରୀମ ଦାବି ପଇଠ ପାଇଁ ଇପିଏଫଓ ମାତ୍ର ୩ ଦିନ ସମୟ ନେଇଛି। ତୁଳନାତ୍ମକ ଭାବେ ଦେଖିଲେ ଏଥିପାଇଁ ପୂର୍ବରୁ ୧୦ ଦିନ ସମୟ ଲାଗୁଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories